କନକ ବ୍ୟୁରୋ : ବାତ୍ୟା ଦାନାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା , ଧାମରାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ । ପାରାଦୀପରେ ସର୍ବାଧିକ ବର୍ଷା , ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି । ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଥିବାବେଳେ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷା ଆରମ୍ଭ ହୋଇଛି । ସ୍ଥଳ ଭାଗକୁ ମାଡି ଆସୁଛି ଦାନା । ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ବେଗରେ ବହିବ ପବନ , ଆଜି ସ୍ଥଳ ଭାଗ ଛୁଇଁ ରଚିବ ତାଣ୍ଡବ । ଲ୍ୟାଣ୍ଡଫଲବେଳେ ଅଧିକ ପବନ ବହିବା ସମ୍ଭାବନା । ଭିଷଣ ବାତ୍ୟାରେ ପରିଣତ ହୋଇଛି ଦାନା , ବାତ୍ୟା ଦାନାର ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାରେ ଲାଗିଛି । ସେପଟେ ବାତ୍ୟାକୁ ନେଇ ଭୟଭୀତ ନହେବାକୁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଲ୍ୟାଣ୍ଡଫଲ ପରେ ମଧ୍ୟ ପୁନରୁଦ୍ଧାର ପାଇଁ ସରକାର ସଜାଗ ଥିବା ଉପମୂଖ୍ୟମନ୍ତ୍ରୀ କହିଛନ୍ତି ।