ସ୍କୁଲ କ୍ୟାମ୍ପସରେ ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳୀ: କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇରେ ଭଙ୍ଗା ଦଦରା ଘର ପାଖରେ ବସୁଛନ୍ତି କୁନିକୁନି ପିଲା

Advertisment

ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବାକୁ ସରକାର ନେଉଛନ୍ତି ଅନେକ ପଦକ୍ଷେପ। ମାତ୍ର ତୃଣମୂଳ ସ୍ତରରେ କେତେକ ସରକାରୀ ଅଧିକାରୀଙ୍କ ପାଇଁ ତାହା ଫଳପ୍ରଦ ହୋଇପାରୁନି। କେଉଁଠି ଗୋଟିଏ ଘରେ ୫ଟି ଶ୍ରେଣୀ ତ କେଉଁଠି ଭଙ୍ଗା ଛାତ ତଳେ ଜୀବନକୁ ବାଜି ଲଗାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ।

Updated On

ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବାକୁ ସରକାର ନେଉଛନ୍ତି ଅନେକ ପଦକ୍ଷେପ। ମାତ୍ର ତୃଣମୂଳ ସ୍ତରରେ କେତେକ ସରକାରୀ ଅଧିକାରୀଙ୍କ ପାଇଁ ତାହା ଫଳପ୍ରଦ ହୋଇପାରୁନି। କେଉଁଠି ଗୋଟିଏ ଘରେ ୫ଟି ଶ୍ରେଣୀ ତ କେଉଁଠି ଭଙ୍ଗା ଛାତ ତଳେ ଜୀବନକୁ ବାଜି ଲଗାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ।

ଅଦ୍ୟତନ ହୋଇଛି
RGR

କନକ ବ୍ୟୁରୋ: ପ୍ରାଥମିକ ଶିକ୍ଷାକୁ ସୁଦୃଢ କରିବାକୁ ସରକାର ନେଉଛନ୍ତି ଅନେକ ପଦକ୍ଷେପ। ମାତ୍ର ତୃଣମୂଳ ସ୍ତରରେ କେତେକ ସରକାରୀ ଅଧିକାରୀଙ୍କ ପାଇଁ ତାହା ଫଳପ୍ରଦ ହୋଇପାରୁନି। କେଉଁଠି ଗୋଟିଏ ଘରେ ୫ଟି ଶ୍ରେଣୀ ତ କେଉଁଠି ଭଙ୍ଗା ଛାତ ତଳେ ଜୀବନକୁ ବାଜି ଲଗାଇ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ। କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକର ଅନେକ ପ୍ରାଥମିକ ଶିକ୍ଷାକେନ୍ଦ୍ର ନିକଟରେ ନିର୍ମାଣ ହୋଇଥିବା ବାତ୍ୟା ଆଶ୍ରୟସ୍ଥଳୀ । ସେଗୁଡିକ ଭାଙ୍ଗି ରୁଜି ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ପିଲାମାନେ ସେହି ଘର ନିକଟରେ ପଢୁଥିବାରୁ ଜୀବନ ପ୍ରତି ବିପଦ ରହିଛି।

କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ବ୍ଲକରେ ଥିବା ବିଭିନ୍ନ ପ୍ରାଥମିକ ବିଦ୍ୟାଳୟ। ଅନେକ ପ୍ରାଥମିକ ବିଦ୍ୟାଳୟ କ୍ୟାମ୍ପସରେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଛି। ଏବେ ସେଗୁଡ଼ିକ ଭାଙ୍ଗିରୁଜି ବିପଦ ସଂକୁଳ ଅବସ୍ଥାରେ। ପ୍ରତ୍ୟେକ ଦିନ ଶହଶହ ଛାତ୍ରଛାତ୍ରୀ ଭଙ୍ଗା ଦଦରା କୋଠା ପାଖରେ ବସି ପାଠ ପଢୁଛନ୍ତି। ସିଙ୍ଗାରପୁର, ଖଡିଅଂଟା, ସିମିଳିଆ, ଓସଙ୍ଗରା, ତିଗିରିଆ ବିଦ୍ୟାଳୟର ଦୃଶ୍ୟ ଖୁବ୍ ଚିନ୍ତାଜନକ। ବାତ୍ୟା ଆଶ୍ରୟସ୍ଥଳୀ ଫାଟି ଆଁ କରିଛି। ଲୁହା ରଡ ଦେଖାଯାଉଛି। ତା'ରି ପାଖରେ ବସି ପିଲାମାନେ ପଢୁଛନ୍ତି।    

ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳ ଏବେ ଆଶ୍ରୟ ଖୋଜୁଛି। ସ୍କୁଲ ନିକଟରେ ଏଭଳି ଅବସ୍ଥା ଦେଖି ଅଭିଭାବକମାନେ ଚିନ୍ତାରେ ପଡ଼ିଛନ୍ତି। ଏନେଇ ବାରମ୍ବାର ଉଚ୍ଚ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ। ତୁରନ୍ତ ଏହି ଘର ଗୁଡିକୁ ଭାଙ୍ଗି ନୂଆ ଘର ତିଆରି କରିବାକୁ ଦାବି ହୋଇଛି। ସେପଟେ ତୁରନ୍ତ ବିପଦସଙ୍କୁଳ ଘର ଭଙ୍ଗାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ। 

ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ଅନୁସାରେ, କେବେ ଭଙ୍ଗା ଘର ଭଙ୍ଗାଯିବ ତାହା ତ ସମୟ କହିବ । କିନ୍ତୁ ସେହି ସମୟ ମଧ୍ୟରେ ଯଦି କିଛି ଅଘଟଣ ଘଟେ? ପିଲାଙ୍କର କିଛି କ୍ଷତି ହୁଏ? ତେବେ ଏଥିପାଇଁ କିଏ ଉତ୍ତରଦାୟୀ ରହିବେ? ଏହା ବର୍ତମାନର ସବୁଠାରୁ ବଡ଼ ପ୍ରଶ୍ନ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe