କନକ ବ୍ୟୁରୋ: ବଙ୍ଗୋପସାଗରରେ ଘନୀଭୂତ ହେବ ଲଘୁଚାପ । ଆଗାମୀ ୧୨ ଘଣ୍ଟାରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବା ସମ୍ଭାବନା ରହିଛି । ଗତକାଲିର ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ସାମାନ୍ୟ ଉତ୍ତର ଆଡକୁ ଗତି କରିଛି । ଏହା ଆଜି ପଶ୍ଚିମ-କେନ୍ଦ୍ରୀୟ ପାଶ୍ବବର୍ତ୍ତୀ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ରହିଛି । ଏହା ଆହୁରି ଘନୀଭୂତ ହୋଇ ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଜାରି ରହିଛି । ଆସନ୍ତାକାଲି ଯାଏଁ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । 

Advertisment

ଏହି ଅଦିନିଆ ବର୍ଷା ଯୋଗୁଁ  ଚାଷୀଙ୍କ ଆଖିରୁ ନିଦ ହଜାଇଲାଣି । ବାତ୍ୟା ଦାନା ପରେ ଏବେ ପୁଣି ଅଦିନିଆ ବର୍ଷା ରାଜନଗର ଚାଷୀଙ୍କ ଚିନ୍ତାର କାରଣ ପାଲଟିଛି । ଲଘୁଚାପ ପ୍ରଭାବରେ ଅଦିନିଆ ବର୍ଷା ଯୋଗୁଁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି। କେନ୍ଦ୍ରାପଡ଼ା ରାଜନଗରରେ ସକାଳୁ କୋହଲା ପାଗ ଥିଲା । ବର୍ତ୍ତ ମାନ ରାଜନଗର ଅଂଚଳ ରେ ବର୍ଷା ଲାଗିରହିଛି । ବର୍ଷା ଯୋଗୁଁ ଏବେ ଚାଷୀ ତରତର ହୋଇ ଅମଳ କରିଥିବା ଧାନକୁ ଏକାଠି କରି ଗଦା କରୁଛି । ବର୍ଷା ଲାଗି ରହିଲେ ଅମଳ ହୋଇଥିବା ଧାନ ଗଜା ହୋଇଯିବା । ଏହା ସହ ଏବେବି ଅନେକ ଚାଷୀଙ୍କ ବିଲରେ ଧାନ କଟାହୋଇନି । ବର୍ଷା ଲାଗି ରହିଲେ କଟା ହୋଇନଥିବା ଧାନ ଗୁଡିକ ଝଡି ପଡିବ ବୋଲି ଚାଷୀ ମାନେ ପ୍ରତିକ୍ରିୟା ରଖିଛନ୍ତି ।

ସେହିପରି  ଲଘୁଚାଷ ଜିନତ ଲଗାଣ ବର୍ଷା ଯୋଗୁଁ ସତ୍ୟବାବୀ ଓ ପିପିଲି ଅଂଚଳରେ ଚାଷୀ ଚିନ୍ତାରେ ପଡ଼ିଛନ୍ତି । କିଏ ଅମଳ କରି ଧାନ ଗାଁ ଦାଣ୍ଡରେ ରଖିଥିଲା ତ ପୁଣି କିଏ ପାଚିଲା ଧାନ କଳେଇ ବିଲରେ ବାନ୍ଧି ରଖିଥିଲା । ଏବେ କିନ୍ତୁ ବର୍ଷା କରିଛି ନିରାସ । ବର୍ଷା ଭୟରେ ଅଧା ପାଚିଲା ଧାନକୁ ବିକଳରେ ଘରକୁ ନେଇଆସିଛନ୍ତି । ଆଉ କିଏ ଓଦା କଳେଇ ବିଲ ମଝିରେ ଗଦା କରି ରଖିଛନ୍ତି ।