ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ: ୩୦ ବର୍ଷୀୟ ଯୁବକ ଅମୃତ ମଣ୍ଡଳଙ୍କୁ ପିଟି ପିଟି ମାରିଦେଲେ ବାଂଲାଦେଶୀ

Advertisment

ପୁଲିସ ତଦନ୍ତ ଅନୁଯାୟୀ, ସମ୍ରାଟ ୨୦୨୩ ମସିହାରୁ ହତ୍ୟା ଏବଂ ଚାନ୍ଦା ଆଦାୟ ଭଳି ଅନେକ ଗୁରୁତର ମାମଲାରେ ୱାଣ୍ଟେଡ୍ ଥିଲେ ଏବଂ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ମଧ୍ୟ ଥିଲା । ପ୍ରଶାସନ ଘଟଣାସ୍ଥଳରୁ ତାଙ୍କ ସହଯୋଗୀ ସଲିମଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଛି

ପୁଲିସ ତଦନ୍ତ ଅନୁଯାୟୀ, ସମ୍ରାଟ ୨୦୨୩ ମସିହାରୁ ହତ୍ୟା ଏବଂ ଚାନ୍ଦା ଆଦାୟ ଭଳି ଅନେକ ଗୁରୁତର ମାମଲାରେ ୱାଣ୍ଟେଡ୍ ଥିଲେ ଏବଂ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ମଧ୍ୟ ଥିଲା । ପ୍ରଶାସନ ଘଟଣାସ୍ଥଳରୁ ତାଙ୍କ ସହଯୋଗୀ ସଲିମଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଛି

Murder

Murder Photograph: (Kanak News)

କନକ ବ୍ୟୁରୋ: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ପିଟି ପିଟି ହତ୍ୟା । ଢାକା ନିକଟରେ ଦୀପୁ ଦାସ ନିର୍ମମ ହତ୍ୟାକାଣ୍ଡ ଘଟଣାର ସପ୍ତାହେ ନପୂରୁଣୁ ପୁଣି ଘଟିଛି ଲୋମ ଟାଙ୍କୁରା ହତ୍ୟାକାଣ୍ଡ । ୭ ଦିନ ଭିତରେ ଦୁଇ ଦୁଇଟି ସାଂଘାତିକ ଘଟଣା । ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା ଭାରତରେ ବି ତୀବ୍ର ଅସନ୍ତୋଷ ସୃଷ୍ଟି କରିଥିବା ବେଳେ, ପୁଣି ଘଟିଛି ନାରକୀୟ କାଣ୍ଡ ।

ପୁଲିସ ତଦନ୍ତ ଅନୁଯାୟୀ, ସମ୍ରାଟ ୨୦୨୩ ମସିହାରୁ ହତ୍ୟା ଏବଂ ଚାନ୍ଦା ଆଦାୟ ଭଳି ଅନେକ ଗୁରୁତର ମାମଲାରେ ୱାଣ୍ଟେଡ୍ ଥିଲେ ଏବଂ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ମଧ୍ୟ ଥିଲା । ପ୍ରଶାସନ ଘଟଣାସ୍ଥଳରୁ ତାଙ୍କ ସହଯୋଗୀ ସଲିମଙ୍କୁ ଗିରଫ କରିବା ସହ ଅସ୍ତ୍ରଶସ୍ତ୍ର ଜବତ କରିଛି ଏବଂ ସାମ୍ପ୍ରଦାୟିକ ଆକ୍ରମଣର ଖବରକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି।

ଆହୁରି ପଢ଼ନ୍ତୁ... ରାଜ୍ୟରେ ପ୍ରଥମ ପେଡିଆଟ୍ରିକ୍ ମଡ୍ୟୁଲାର ଓଟିର ଶୁଭାରମ୍ଭ: ଶିଶୁ ଭବନରେ ଦୁଇ ବର୍ଷର ଶିଶୁର ପ୍ରଥମ ଅସ୍ତ୍ରୋପଚାର

ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା କୌଣସି ସାମ୍ପ୍ରଦାୟିକ ମାମଲା ନଥିଲା । ମୃତ ଅମୃତ ମଣ୍ଡଳ ଜଣେ କୁଖ୍ୟାତ ଅପରାଧୀ ଥିଲେ । ସେ ଅଞ୍ଚଳରେ ଚାନ୍ଦା ମାଗିବାକୁ ଯାଇଥିବା ବେଳେ ଉତ୍ତ୍ୟକ୍ତ ଜନତା ତାଙ୍କୁ ଘେରି ଯାଇଥିଲେ। ପୋଲିସ ସମ୍ରାଟ ଏବଂ ତାଙ୍କ ସହଯୋଗୀ ସଲିମଙ୍କ ପାଖରୁ ଏକ ବିଦେଶୀ ପିସ୍ତଲ ଏବଂ ଏକ ପାଇପ୍ ଗନ୍ ଜବତ କରିଛି । ପୁଲିସ ଏହି ମାମଲାରେ ତିନୋଟି ପୃଥକ ମାମଲା ରୁଜୁ କରିଛି। ସରକାର ସ୍ପଷ୍ଟ କରିଛନ୍ତି ଯେ ସମ୍ରାଟଙ୍କ ବିରୋଧରେ ପୂର୍ବରୁ ଅନେକ ଗୁରୁତର ଅପରାଧିକ ମାମଲା ରହିଥିଲା।

- ଗତରାତିରେ ରାଜବାଡ଼ି ଜିଲ୍ଲା ହୋସେନଡାଙ୍ଗା ଗାଁରେ ହିନ୍ଦୁଙ୍କୁ ହତ୍ୟା
- ଭିଡ଼ ହିଂସାର ଶିକାର ହୋଇ ପ୍ରାଣ ହରାଇଛନ୍ତି ୨୯ ବର୍ଷୀୟ ଅମ୍ରିତ ମଣ୍ଡଳ ଓରଫ୍ ସମ୍ରାଟ
- ଅମ୍ରିତଙ୍କ ବିରୋଧରେ ଦାଦାବଟି ଆଦାୟ ଅଭିଯୋଗ ଥିବା ପୁଲିସ କହିଛି
- ଅମ୍ରିତ ଜଣଙ୍କ ଘରକୁ ଟଙ୍କା ଆଦାୟ ପାଇଁ ଯାଇଥିବା ବେଳେ ଅଘଟଣ
- ସେ ଚୋର ଚୋର ଚିତ୍କାର କରିବାରୁ ଭିଡ଼ ଏକାଠି ହୋଇ ତାଙ୍କୁ ଆକ୍ରମଣ କରିଥିଲେ 
- ଡିସେମ୍ୱର ୧୮ରେ ଢାକା ନିକଟରେ ଦୀପୁ ଚନ୍ଦ୍ର ଦାସଙ୍କୁ ହତ୍ୟା କରାଯାଇଥିଲା
- ଲୋକଙ୍କ ଅମାନୁଷିକ ଅତ୍ୟାଚାରର ଶିକାର ହୋଇ ପ୍ରାଣ ହରାଇଥିଲେ ଦୀପୁ ଦାସ
- ତାଙ୍କୁ ପିଟି ପିଟି ହତ୍ୟା ପରେ ମୃତଦେହକୁ ଗଛରେ ଝୁଲାଇ ଜାଳି ଦେଇଥିଲେ ଲୋକେ
- ମିଥ୍ୟା ଆରୋପ ଲଗାଇ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ପରେ ତଦନ୍ତରୁ ସ୍ପଷ୍ଟ
- ଗତ ୫ ଦିନ ଭିତରେ ବାଂଲାଦେଶରେ ୭ଟି ହିନ୍ଦୁ ପରିବାରର ଘର ଜାଳି ଦିଆଯାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe