କନକ ବ୍ୟୁରୋ :  ମହିଳାଙ୍କ ଖାତାରେ ସୁଭଦ୍ରା ଯୋଜନା ଟଙ୍କା । ବ୍ୟାଙ୍କ ଆଗରେ ସୁଭଦ୍ରାଙ୍କ ଭିଡ଼। ଟଙ୍କା ଉଠାଇବା ପାଇଁ କଳାହାଣ୍ଡି ଜିଲ୍ଲାର ଧର୍ମଗଡ ଅଞ୍ଚଳରେ ଥିବା ବ୍ୟାଙ୍କରେ ମହିଳାଙ୍କ ପ୍ରବଳ ଭିଡ଼ ଲାଗି ରହିଛି । ଏପରିକି ମହିଳାମାନେ ସକାଳ ୫ଟାରୁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି । ଧର୍ମଗଡ ଷ୍ଟେଟ ବ୍ୟାଙ୍କରେ ଧର୍ମଗଡ ବ୍ଲକର ୨୪ଟି  ପଞ୍ଚାୟତର ଲୋକମାନେ ଆକାଉଁଟ ରହିଛି । ଗତ ମଙ୍ଗଳବାର ଦିନ ସୁଭଦ୍ରା ଯୋଜନାରେ ମହିଳାଙ୍କ ଜମାଖାତାରେ ୫ ହଜାର ଟଙ୍କା ପଡିବା ପରେ  ବ୍ୟାଙ୍କରେ ଗ୍ରାହକଙ୍କ ଭିଡ଼ ବଢ଼ିଯାଇଛି । ଯେଉଁ ମହିଳାଙ୍କ ଆକାଉଣ୍ଟ ଦୀର୍ଘ ଦିନରୁ ବନ୍ଦ ରହିଛି ଓ କେୱାଇସି ଅପଡେଟ୍ କରିନାହାନ୍ତି ସେମାନେ ମଧ୍ୟ ଛୋଟଛୋଟ ପିଲାଙ୍କୁ ଧରି ଘଣ୍ଟାଘଣ୍ଟା ଅପେକ୍ଷା କରି ନାକେଦମ ହେଉଛନ୍ତି । ବ୍ୟାଙ୍କଟି ଜାତୀୟ ରାଜପଥ କଡରେ ରହିଛି । ଲୋକେ ରାସ୍ତା କଡରେ ମଟର ସାଇକେଲ ରଖି ଦେଇଛନ୍ତି । ମହିଳାଙ୍କ ଭିଡ଼ ଲାଗି ବହୁ ସମୟରେ ଟ୍ରାଫିକ ଜାମ ହେଉଛି ।

Advertisment

ଆଧାର କେନ୍ଦ୍ରରେ ଲୋକଙ୍କ ନାହିଁ ନଥିବା ଭିଡ଼। ଆଧାର ଅପଡେଟ ପାଇଁ କାମାକ୍ଷାନଗର ବ୍ଲକ ପରିସରରେ ଥିବା ଆଧାର କେନ୍ଦ୍ର ଆଗରେ ଲୋକଙ୍କ ଭିଡ଼ ଲାଗିଛି ।  ଲମ୍ବା ଧାଡି ସାଙ୍ଗକୁ ଗହଳି । ଲୋକମାନେ ଦିନେ ଦୁଇଦିନ ନାହିଁ ୧୦ଦିନ ଉପରେ ହେଲାଣି ଏମିତି ଆସୁଛନ୍ତି । ଅନେକ ଆଧାର କେୱାଇସି ଅପଡେଟ କରି ନପାରି ଫେରି ଯାଉଥିବା ଅଭିଯୋଗ ହୋଇଛି ।

 ସୁଭଦ୍ରା ଯୋଜନା ଟଙ୍କା ପାଇଁ ବ୍ୟାଙ୍କ ଆଗରେ ମହିଳାଙ୍କ ଭିଡ଼। ଟଙ୍କା ଉଠାଇବା ପାଇଁ ବାଲେଶ୍ଵର ଜିଲ୍ଲାର  ମଂଗଳପୁର ଅଞ୍ଚଳରେ ଥିବା ବ୍ୟାଙ୍କରେ ମହିଳାଙ୍କ ପ୍ରବଳ ଭିଡ଼ ଲାଗି ରହିଛି । ବ୍ୟାଙ୍କ ଖୋଲିବା ପୂର୍ବରୁ ମହିଳାମାନେ ବ୍ୟାଙ୍କ ଆଗରେ ଲମ୍ବା ଲାଇନ ଲଗାଇଛନ୍ତି। କିଏ କେୱାଇସି ପାଇଁ ସହ ତ ଆଉ କିଏ  ମୋବାଇଲ ନମ୍ବର ଲିଙ୍କ ପାଇଁ ଭିଡ଼ କରୁଛନ୍ତି ।