କନକବ୍ୟୁରୋ : ଚୌଦ୍ଵାର ଜେଲରେ ବିଚାରଧୀନ କଏଦୀର ଆତ୍ମହତ୍ୟା । ନିଜ ୱାର୍ଡରେ ଥିବାବେଳେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା । ଜେଲ ୱାର୍ଡରୁ ଗୁରୁତର ଅବସ୍ଥାରେ ଉଦ୍ଧାର ପରେ ଏସସିବି ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର କଏଦୀଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ବିଚାରଧିନ କଏଦୀ ଜଣଙ୍କ ହେଲେ, କଟକ ଦରଘାବଜାର ଅଞ୍ଚଳର ମହମ୍ମଦ କଲିମ । ଗତ ଡିସେମ୍ୱର ୧୩ ତାରିଖରେ ଦରଘାବଜାର ଥାନା ପୁଲିସ ଦ୍ୱାରା ଗିରଫ ହୋଇ ଜେଲକୁ ଆସିଥିଲା । ଜେଲ ଭିତରେ ଏମିତି କଣ ଘଟିଲା ଯେ ମହମ୍ମଦ କଲିମ ଏପରି ଚରମ ନିଷ୍ପତ୍ତି ନେଲେ ତାହା ଏବେ ବଡ଼ ପ୍ରଶ୍ନ ସୃଷ୍ଟି କରିଛି ।
ଅଧିକ ପଢନ୍ତୁ... ଆଜିଠୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ସେପଟେ ଚୌଦ୍ଵାର ଜେଲର କଡ଼ା ସୁରକ୍ଷା ବଳୟ ଭିତରେ କିଭଳି ଜଣେ ବିଚାରଧୀନ କଏଦୀ ଆତ୍ମାହତ୍ୟା କଲେ ତାକୁ ନେଇ ଆରମ୍ଭ ହୋଇଛି ତନାଘନା । ଉଠିଲା ପ୍ରଶ୍ନ କଣ କରୁଥିଲେ ସୁରକ୍ଷାରେ ଥିବା ୱାର୍ଡର । ଏହି ଘଟଣା ଚୌଦ୍ୱାର ଜେଲର ହୁଗୁଳା ସୁରକ୍ଷା ବ୍ୟବସ୍ଥା ପୁଣି ପଦାରେ ପକାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/02/09-2026-02-02-12-14-04.jpg)