କନକ ବ୍ୟୁରୋ : ଚୋରି ଘଟଣାକୁ ନେଇ ରାସ୍ତାରୋକ। ଢେଙ୍କାନାଳ କାମାକ୍ଷାନଗର ଅଁଳାବେରେଣି ବଜାରରୁ ବାରମ୍ବାର ଚୋରିକୁ ନେଇ ଅତିଷ୍ଠ ହୋଇପଡ଼ିଛନ୍ତି ବ୍ୟବସାୟୀ। ତେଣୁ ଦୋକାନୀ ମାନେ ମିଶି ଅଁଳାବେରେଣି ଠାରେ କାମାକ୍ଷାନଗର ଢେଙ୍କାନାଳର ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଗତ କିଛିଦିନ ହେବ ଅଁଳାବେରେଣି ବଜାରରେ ବିଭିନ୍ନ ଦୋକାନରୁ ଚୋରି ଘଟଣା ଦେଖିବାକୁ ମିଳୁଛି। ଗତକାଲି ରାତିରେ ବଜାର ଥିବା ଏକ ସୁନା ଦୋକାନ ଓ ଗ୍ରୋସୋରି ଦୋକାନରୁ ଚୋରି ହୋଇଥିଲା। ସୁନା ଦେକାନୀ ଦୋକାନ ବନ୍ଦ କରୁଥିବା ସମୟରେ ୪ଜଣ ଦୃର୍ବୁତ ମାରଣାସ୍ତ୍ର ଦେଖାଇ ସୁନା,ରୂପା ଓ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ତେଣୁ ନିୟମିତି ବଢ଼ୁଥିବା ଚୋରିକୁ ରୋକିବା ପାଇଁ ବ୍ୟବସାୟୀ ରାସ୍ତାରୋକ କରିଛନ୍ତି। ଏବଂ ରାତିରେ ପାଟ୍ରୋଲିଂ କଡାକଡି ଭାବେ କରିବା ସହ ବଜାରରେ ପୋଲିସ ମୁତୟନ ପାଇଁ ଦାବି କରାଯାଇଛି।
ବଜାରରେ ଅସୁରକ୍ଷିତ ବ୍ୟବସାୟୀ । ଦୈନିକ ଅଁଳାବେରେଣି ବଜାରୁ ହେଉଛି ଚୋରି, ଚୋରଙ୍କୁ ଧରିବାକୁ ବ୍ୟବସାୟୀଙ୍କ ରାସ୍ତାରୋକ୍
Advertisment
Follow Us