ରାଜ୍ୟସଭା ଉପ ନିର୍ବାଚନ: ସମସ୍ତ ୧୨ଟି ଯାକ ସିଟରେ ନିର୍ଦ୍ୱନ୍ଦ୍ୱରେ ପ୍ରାର୍ଥୀ ନିର୍ବାଚିତ । ରାଜ୍ୟସଭାରେ ବଢିଲା ଏନଡିଏର ବଳ ।

୯ ରାଜ୍ୟର ୧୨ଟି ସିଟରେ ରାଜ୍ୟସଭା ଉପ ନିର୍ବାଚନ ଚାଲିଥିବାବେଳେ, ସମସ୍ତ ସିଟରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଇଛନ୍ତି । ଆସାମ, ବିହାର, ମହାରାଷ୍ଟ୍ରର ଦୁଇଟି ଲେଖାଏଁ ସିଟରେ ପ୍ରାର୍ଥୀମାନେ ବିନା କୌଣସି ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଇଥିଲାବେଳେ

rajya sabha by election

କନକ ବ୍ୟୁରୋ: ୯ ରାଜ୍ୟର ୧୨ଟି ସିଟରେ ରାଜ୍ୟସଭା ଉପ ନିର୍ବାଚନ ଚାଲିଥିବାବେଳେ, ସମସ୍ତ ସିଟରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଇଛନ୍ତି । ଆସାମ, ବିହାର, ମହାରାଷ୍ଟ୍ରର ଦୁଇଟି ଲେଖାଏଁ ସିଟରେ ପ୍ରାର୍ଥୀମାନେ ବିନା କୌଣସି ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହେଇଥିଲାବେଳେ ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ତେଲେଙ୍ଗାନା ଏବଂ ଓଡିଶାରୁ ମମତା ମହନ୍ତ ମଧ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଇଛନ୍ତି ।

ତେବେ ଲୋକସଭା ନିର୍ବାଚନରେ ଏଥର ଅନେକ ରାଜ୍ୟସଭା ସାଂସଦ ଭାଗ ନେଇଥିଲେ । ଯାହାପରେ ରାଜ୍ୟସଭାରେ ଆସନ ଖାଲି ପଡିଥିଲା । ଏହି ରାଜ୍ୟସଭା ସିଟରେ ନିର୍ବାଚନ ଆୟୋଗ ଉପ ନିର୍ବାଚନ ଘୋଷଣା କରିଥିଲେ । ଯାହା ପରେ ରାଜ୍ୟସଭା ଉପ ନିର୍ବାଚନ ପାଇଁ ବାଟ ଫିଟିଥିଲା । ଆଉ ଏବେ ସମସ୍ତ ୧୨ଟି ଯାକ ସିଟରେ ପ୍ରାର୍ଥୀମାନେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଇଛନ୍ତି ।ନିର୍ବାଚିତ ହେଇଥିବା ପ୍ରତିନିଧିଙ୍କ ମଧ୍ୟରେ ବିଜେପିର ୯ ଜଣ ପ୍ରାର୍ଥୀ ରହିଥିବାବେଳେ, କଂଗ୍ରେସର ଜଣେ, ଏନସିପି (ଅଜିତ୍ ପାଓ୍ୱାର)ର ଗୋଷ୍ଠୀର ଜଣେ ଏବଂ ରାଷ୍ଟ୍ରୀୟ ଲୋକମମୋର୍ଚ୍ଚାର ଜଣେ ପ୍ରାର୍ଥୀ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ୧୨ଟି ସିଟରେ ନିର୍ଦ୍ୱନ୍ଦ୍ୱରେ ପ୍ରାର୍ଥୀ ନିର୍ବାଚିତ ହେବା ପରେ, ରାଜ୍ୟସଭାରେ ବିଜେପି ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇ ୯୬ରେ ପହଞ୍ଚିଛି । ସେହିପରି ଏନଡିଏ ସାଂସଦଙ୍କ ସଂଖ୍ୟା ମଧ୍ୟ ୧୧୨କୁ ବୃଦ୍ଧି ପାଇଛି । ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଏବେ ବି ୮ଟି ସିଟ୍ ଫାଙ୍କା ପଡିଛି । ଯେଉଁଥିରେ ଜାମ୍ମୁକାଶ୍ମୀରର ୪ ଜଣ ମନୋନୀତ ସଦସ୍ୟ ମଧ୍ୟ ରହିଛନ୍ତି । ବର୍ତ୍ତମାନ ସମୟରେ ରାଜ୍ୟସଭାରେ ବହୁମତ ୧୧୯ ରହିଛି । ଏନଡିଏକୁ ବର୍ତ୍ତମାନ ୬ ଜଣ ମନୋନୀତ ସଦସ୍ୟ ଓ ଜଣେ ନିର୍ଦ୍ଦଳୀୟ ସାଂସଦଙ୍କ ସମର୍ଥନ ରହିଛି । ତେଣୁ ରାଜ୍ୟସଭାରେ ଏନଡିଏ ଏବେ ବହୁମତ ପାର୍ କରିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe