କନକ ବ୍ୟୁରୋ : ସାରା ରାଜ୍ୟରେ ପୂର୍ଣ୍ଣ ଅନୁଦାନ ଦାବିରେ ଧାରଣାରେ ଅଧ୍ୟାପକ । ଦୀର୍ଘ ୧୭ ଦିନ ଅଧ୍ୟାପକ, ଅଧ୍ୟାପିକା ଧାରଣାରେ ବସିବାରୁ ପାଠପଢ଼ା ପ୍ରଭାବିତ ହୋଇଛି । ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଡାକରାରେ ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବାକୁ ଦାବି କରାଯାଇଛି । ଏପରିକି କର୍ମଚାରୀମାନେ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଥିବାରୁ ପାଠପଢ଼ା ସହ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି । ୧୩ ମାସ ମଧ୍ୟରେ ସଂଘ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିକୁ ୧୨ ଥର ଯାଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତ୍ୟକ୍ଷ ସାକ୍ଷାତ କରି ଦାବିପତ୍ର ଦେବା ସହ ଦସ୍ତଖତ ଅଭିଯାନରେ ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ମାତ୍ର ସରକାର କୌଣସି ପଦକ୍ଷେପ ନନେବାରୁ ସଂଘର ନିଷ୍ପତ୍ତି କ୍ରମେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି ଅଧ୍ୟାପକ ।
ପୂର୍ଣ୍ଣ ଅନୁଦାନ ଦାବିରେ ୧୭ ଦିନ ହେବ ଧାରଣାରେ ବେସରକାରୀ ଅଧ୍ୟାପକ, ବିଭିନ୍ନ କଲେଜରେ ପାଠ ପଢ଼ା ବାଧାପ୍ରାପ୍ତ
ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ଡାକରାରେ ୨୦୦୮ ରୁ ୨୦୧୮ ପର୍ଯ୍ୟନ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ପୂର୍ଣ୍ଣ ଅନୁଦାନ ପ୍ରଦାନ କରିବାକୁ ଦାବି କରାଯାଇଛି । ଏପରିକି କର୍ମଚାରୀମାନେ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଥିବାରୁ ପାଠପଢ଼ା ସହ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି ।
/kanak/media/media_files/2025/09/03/14-2025-09-03-17-41-46.jpg)