କନକ ବ୍ୟୁରୋ: ଆଜିଠାରୁ ଆରମ୍ଭ ହୋଇଛି ଦୁଲିପ ଟ୍ରଫି ୨୦୨୫ । ଆଜି ପ୍ରଥମ ଦିନରେ ଦୁଇଟି ମ୍ୟାଚ୍ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚ୍ ସେଣ୍ଟ୍ରାଲ ଜୋନ୍ ଏବଂ ନର୍ଥ ଇଷ୍ଟ ଜୋନ୍ ମଧ୍ୟରେ ଚାଲିଛି । ଦ୍ୱିତୀୟ ମ୍ୟାଚ୍ ଉତ୍ତର ଜୋନ୍ ଏବଂ ପୂର୍ବ ଜୋନ୍ ମଧ୍ୟରେ ଖେଳାଯାଉଛି । ଏହି ଦୁଇଟି ମ୍ୟାଚ୍ ବେଙ୍ଗାଲୁରୁରେ ବିସିସିଆଇର ସେଣ୍ଟର ଅଫ୍ ଏକ୍ସଲେନ୍ସର ଭିନ୍ନ ଭିନ୍ନ ପଡ଼ିଆରେ ଖେଳାଯାଉଛି ।
ଏହି ମ୍ୟାଚରେ ସେଣ୍ଟ୍ରାଲ୍ ଜୋନ୍ର ଅଧିନାୟକ ରଜତ ପାଟିଦାର ଏକ ଚମତ୍କାର ଶତକୀୟ ଇନିଂସ ଖେଳିଥିଲେ । ଆଇପିଏଲ୍ (ଇଣ୍ଡିଆନ୍ ପ୍ରିମିୟର ଲିଗ୍) ୨୦୨୫ରେ ଆରସିବି (ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର)ର ଅଧିନାୟକତ୍ୱ କରିଥିବା ପାଟିଦାର ୧୨୫ ରନ୍ କରିଥିଲେ । ମ୍ୟାଚ୍ର ପ୍ରଥମ ଦିନରେ ସେଣ୍ଟ୍ରାଲ୍ ଜୋନ୍ ୭୭ ଓଭରରେ ୨ ୱିକେଟ୍ ହରାଇ ୪୩୨ ରନ୍ କରିଛି ।
କିନ୍ତୁ ମ୍ୟାଚ୍ର ପ୍ରଥମ ଦିନରେ ଦାନିଶ ମାଲେୱାର ସବୁଠାରୁ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲେ। ଦାନିଶ ତାଙ୍କର ଦ୍ୱିଶତକଠାରୁ ୨ ରନ୍ ଦୂରରେ ଅଛନ୍ତି । ସେ ଏପର୍ୟ୍ୟନ୍ତ ୧୯୮ଞ୍ଚ ରନ୍ କରିଛନ୍ତି । ଦାନିଶଙ୍କ ସହିତ ୟଶ ରାଠୋଡ୍ (୩୨) ମଧ୍ୟ କ୍ରିଜ୍ରେ ଉପସ୍ଥିତ ଅଛନ୍ତି।
କିଏ ଡାନିଶ ମାଲେଭର
ଡାନିଶ ମାଲେଭର ଜଣେ ୨୧ ବର୍ଷୀୟ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଯିଏ ବିଦର୍ଭ ପାଇଁ ଖେଳୁଛନ୍ତି । ୨୦୨୫ ରଣଜୀ ଟ୍ରଫି ଫାଇନାଲରେ ସେ କେରଳ ବିପକ୍ଷରେ ୧୫୩ ଏବଂ ୭୩ ରନ କରିଥିଲେ, ଯାହା ଯୋଗୁଁ ବିଦର୍ଭ ଟାଇଟଲ ଜିତିଥିଲା । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା, ସେ ୧୦ ପ୍ରଥମ ଶ୍ରେଣୀ ମ୍ୟାଚ୍ ରେ ୬୫.୪ ହାରରେ ୯୮୧ ରନ କରିଛନ୍ତି ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ସେଣ୍ଟ୍ରାଲ ଜୋନ୍ । ମାତ୍ର ୪ ରନରେ ଆୟୁଷ ପାଣ୍ଡେ (୩)ଙ୍କ ରୂପରେ ପ୍ରଥମ ୱିକେଟ୍ ହରାଇଥିଲା । ଏହାପରେ, ତୃତୀୟ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଆର୍ୟ୍ୟନ୍ ଜୁୟାଲ୍ ଭଲ ଖେଳୁଥିଲେ । କିନ୍ତୁ, ସେ ମଧ୍ୟ ୩୭ତମ ଓଭରରେ ୬୦ ରନ୍ କରିବା ପରେ ରିଟାୟାର୍ଡ ହର୍ଟ ହୋଇଥିଲେ ।
ଏହାପରେ ଅଧିନାୟକ ରଜତ ପାଟିଦାର କ୍ରିଜକୁ ଆସିଥିଲେ ଏବଂ ଦାନିଶ ମାଲେୱାରଙ୍କ ସହ ମିଶି ୧୭୪ ବଲ୍ ରେ ୨୦୫ ରନ୍ ର ପାର୍ଟନରସିପ୍ କରିଥିଲେ । ରଜତ ମାତ୍ର ୮୦ ବଲ୍ ରେ ତାଙ୍କର ଶତକ ପୂରଣ କରିଥିଲେ । ସେ ୬୬ତମ ଓଭରରେ ଫିରୋଜାମ ଜୋଟିନଙ୍କ ବଲ୍ ରେ କ୍ୟାଚ୍ ଆଉଟ୍ ହୋଇଥିଲେ ।
ରଜତ ୯୬ ବଲ୍ରେ ୧୩୦.୨୦ ଷ୍ଟ୍ରାଇକ୍ ରେଟ୍ରେ ୧୨୫ ରନ୍ କରିଥିଲେ । ସେ ତାଙ୍କ ଇନିଂସ୍ରେ ୨୧ ଚୌକା ଏବଂ ୩ ଛକା ମାରିଥିଲେ । ଦାନିଶ ମାଲେୱାର ୨୧୯ ବଲ୍ରେ ୧୯୮ ରନ୍ କରିବା ପରେ ଏପର୍ୟ୍ୟନ୍ତ ଅପରାଜିତ ଅଛନ୍ତି । ସେ ତାଙ୍କ ଇନିଂସ୍ରେ ୩୧ ଚୌକା ଏବଂ ୧ ଛକା ମାରିଛନ୍ତି ।
ରଜତ ପାଟିଦାର ୬୯ ପ୍ରଥମ ଶ୍ରେଣୀ ମ୍ୟାଚ୍ (୨୮ ଅଗଷ୍ଟର ଇନିଂସ ସମେତ) ରେ ୪୮୬୩ ରନ କରିଛନ୍ତି । ଯେଉଁଥିରେ ତାଙ୍କର ୧୪ ଶତକ ଏବଂ ୨୪ ଅର୍ଦ୍ଧଶତକ ଅଛି । ସେ ମଧ୍ୟପ୍ରଦେଶ ପାଇଁ ଘରୋଇ କ୍ରିକେଟ ଖେଳନ୍ତି । ରଜତ ଅକ୍ଟୋବର ୨୦୧୫ ରେ ଭଦୋଦରା ବିପକ୍ଷରେ ତାଙ୍କର ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ। ରଜତ ପାଟିଦାର ବିଶ୍ୱର ସବୁଠାରୁ ବଡ଼ କ୍ରିକେଟ ଲିଗ୍ ଆଇପିଏଲରେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଜଣେ ବ୍ୟାଟସମ୍ୟାନ୍ ଭାବରେ ହେଉ କିମ୍ବା ଅଧିନାୟକ ଭାବରେ, ରଜତ ପ୍ରତ୍ୟେକ ବିଭାଗରେ ତାଙ୍କ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଛନ୍ତି । ସେ ଆଇପିଏଲରେ ୪୨ ମ୍ୟାଚ୍ ରେ ୩୦.୮୬ ହାରରେ ୧୧୧୧ ରନ୍ କରିଛନ୍ତି । ଯେଉଁଥିରେ ସେ ୧ ଶତକ ଏବଂ ୯ ଅର୍ଦ୍ଧଶତକ ହାସଲ କରିଛନ୍ତି। ରଜତଙ୍କ ଅଧିନାୟକତ୍ୱରେ ଆରସିବି ୨୦୨୫ ମସିହାରେ ଆଇପିଏଲରେ ପ୍ରଥମ ଥର ପାଇଁ ଚାମ୍ପିଅନ୍ ହୋଇଥିଲା ।