କନକ ବ୍ୟୁରୋ: ନା ଅର୍ଡର, ନା ପେମେଣ୍ଟ ନା ଅନଲାଇନ୍ ସଫିଂର କିଛି ଆକାଉଣ୍ଟ । ତଥାପି ଘରେ ଆସି ଥରକୁ ଥର ପହଞ୍ଚୁଛି ପାର୍ସଲ । ଆପଣ ହୋଇଥିଲେ କ’ଣ କରିଥାନ୍ତେ, ବିନା ଖର୍ଚ୍ଚରେ ପାର୍ସଲ ପହଞ୍ଚୁଛି ମାନେ ନିହାତି ଖୁସିରେ ଝୁମି ଉଠନ୍ତେ । କିନ୍ତୁ ଏଭଳି ଘଟଣାକୁ ନେଇ ଜଣେ ମହିଳା ଅତିଷ୍ଠ ହୋଇପଡ଼ିଲେଣି । ପାର୍ସଲ ତ ନୂହେଁ ତାଙ୍କ ପାଇଁ ପାର୍ସଲ ସବୁ ରହସ୍ୟମୟ , ଯାହାର ରହସ୍ୟ ସେ ବୁଝିପାରୁନାହାନ୍ତି, ଯାହାକୁ ନେଇ ସେ ଭାରି ଚିନ୍ତାରେ ।
ଅଧିକ ପଢ଼ନ୍ତୁ :ବର୍ଷକୁ ଥରେ କରେଇ ନିଅନ୍ତୁ ଆଖି ପରୀକ୍ଷା ,ଜାଣନ୍ତୁ କାହିଁକି ହୋଇଥାଏ ଜରୁରୀ ...
ଆମେରିକାର ଜଣେ ମହିଳା ପୈଟ୍ ହର୍ଲି । ଜଣେ ଦିବ୍ୟାଙ୍ଗ ମହିଳା, ଏକା ରୁହନ୍ତି । ତାଙ୍କ ସହ ଗତ ବର୍ଷେ ହେବ ଅଜବ ଘଟଣା ଘଟୁଛି । ବିନା ଅର୍ଡରରେ ତାଙ୍କ ଘରେ ଶହେରୁ ଅଧିକ ପାର୍ସଲ ପହଞ୍ଚିଲାଣି । ମହିଳା ଜଣକ ପୁଲିସରେ ଅଭିଯୋଗ କରିବା ପରେ ତାଙ୍କର ଏକ ସାକ୍ଷାତକାରରେ ସେ କହିଛନ୍ତି, ’ ଗତ ବର୍ଷ ଖରା ଦିନରୁ ତାଙ୍କ ଘରକୁ ଏପରି ଅଜଣା ପାର୍ସଲ ଆସୁଛି । କିନ୍ତୁ ସେ କିଛି ଅର୍ଡର କରିନାହାନ୍ତି । ସମ୍ପୃକ୍ତି ସପିଂ ସାଇଟରେ ତାଙ୍କର କୌଣସି ଆକାଉଣ୍ଟ ନଥାଇ ତାଙ୍କ ପାଖକୁ ପାର୍ସଲ କାହିଁକି ଓ କିପରି ଆସୁଛି ସେ ଆଶ୍ଚର୍ଯ୍ୟ । ଯେବେ ପ୍ରଥମ ଥର ପାଇଁ ତାଙ୍କ ପାଖକୁ ପାର୍ସଲ ଆସିଲା ସେ ଆଶ୍ଚର୍ଯ୍ୟ ହୋଇଥିଲେ । ପ୍ୟାକେଜ୍ ଉପରେ ତ ଠିକ୍ ଠିକଣା ଲେଖାଥାଏ କିନ୍ତୁ ବକ୍ସ ଉପରେ ଯାହା ନାଁ ଲେଖାଥାଏ ସେ ଜଣକ କିଏ ତାଙ୍କୁ ଜଣାନାହିଁ । ପ୍ରଥମେ ତ ତାଙ୍କୁ ଲାଗିଥିଲା ଯେ ପାର୍ସଲ ବୋଧହୁଏ ଭୁଲରେ ତାଙ୍କ ପାଖକୁ ଚାଲିଆସିଛି । କିନ୍ତୁ ଯେତେବେଳେ ଲଗାତାର ପାର୍ସଲ ଆସିବାରେ ଲାଗିଲା ତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଗଲା ।
ଦିନେ ଦିନେ ତ ପାର୍ସଲରେ ତାଙ୍କ ଡୋର୍ ପାଖ ଜାମ୍ ହୋଇଯାଏ । ସେ ଦିବ୍ୟାଙ୍ଗ ହୋଇଥିବାରୁ ସେସବୁକୁ ନେଇ ରଖିବା ତାଙ୍କ ପାଇଁ ଭାରି କଷ୍ଟକର ହୁଏ । ମହିଳା ଜଣକ ଏକଥା ବି କହିଛନ୍ତି, ପାର୍ସଲ ଉପରେ ଜଣେ ବ୍ୟକ୍ତିଙ୍କ ନାଁ ଲେଖାଥାଏ । କିନ୍ତୁ ତାଙ୍କ ଘର ପାଖାପାଖି ଏପରି ନାଁରେ କାହାରିକୁ ସେ ଜାଣିନାହାନ୍ତି । ଡେଲିଭରି ଦେଉଥିବା ଅନଲାନ୍ ସପିଂ କମ୍ପାନି ଯେତେବେଳେ ଏ ଘଟଣା ସମ୍ପର୍କରେ ଜାଣିଲା ମହିଳାଙ୍କୁ କ୍ଷମା ମାଗିବା ସହ ଏ ଘଟଣାର ଯାଞ୍ଚ କରିବାକୁ କହିଛି । ଏଡା ପରେ ଆଉ ପାର୍ସଲ ନଆସିବା ନେଇ ମହିଳା ଜଣକ ଆଶ୍ବସ୍ତ ହୋଇଥିବାବେଳେ ପାର୍ସଲ କାହିଁକି ଆସୁଥିଲା ତାହା ଏବେବି ରହସ୍ୟ ଘେରରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/2026/03/05/online-delivery-2026-03-05-15-24-21.jpg)