କନକ ବ୍ୟୁରୋ:                        ୭ ଦିନରେ ୧୫ ଫିଲ୍ମ ସାଇନ୍ କଲେ
                                         ଗୋଟିଏ ସପ୍ତାହରେ ସାଇନ୍ କଲେ ୧୫ ଫିଲ୍ମ 
                                         ଅମିତାଭଙ୍କୁ ଟକ୍କର ଦେଲେ
                                         ପିକ୍ ଟାଇମରେ ଆକ୍ଟିଂ ଛାଡ଼ିଦେଲେ

Advertisment


ହିନ୍ଦୀ ସିନେମାରେ ଜଣେ କ୍ଷାତନାମା ଅଭିନେତା ବିନୋଦ ଖାନ୍ନା , ଯାହାଙ୍କ ଅଭିନୟର ଯାତ୍ରା ନେଗେଟିଭ୍ ରୋଲରୁ ହିରୋ ବିନିବା ଯାଏଁ ବେଶ୍‌ ଖାସ୍ ଥିଲା । କେବଳ ନିଜର ସାନଦାର ଆକ୍ଟିଂରେ ଦର୍ଶକଙ୍କ ହୃଦୟ ଜିତିଥିଲେ ତାହା ନୁହେଁ ବରଂ କୋଟି କୋଟି ଦର୍ଶକଙ୍କ ହୃଦରେ ରାଜ୍ କରୁଥିଲେ । ହିନ୍ଦୀ ସିନେମାରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କଲେ କିନ୍ତୁ ପିକ୍ ଟାଇମରେ ଅଭିନୟ ଛାଡ଼ିଦେଲେ ଯାହା ତାଙ୍କର ପ୍ରଶଂସକଙ୍କୁ ଦ୍ବନ୍ଦ୍ବରେ ପକାଇଥିଲା ।

ବିନୋଦ ଖାନ୍ନା, ସିନେମା ଜୀବନର ଆରମ୍ଭରେ ଖଳନାୟକ ସାଜିଲେ । କିନ୍ତୁ ତାଙ୍କ ଲୁକ୍ ଓ ଦମଦାର ଆକ୍ଟିଂ ତାଙ୍କୁ କିଛି ମାତ୍ର ଦିନରେ ହିରୋ ବନାଇଦେଲା ।ବିନୋଦ ଖାନ୍ନାଙ୍କ ଜନ୍ମ ୧୯୪୬ ଅକ୍ଟୋବର ୬ରେ ବର୍ତ୍ତମାନର ପାକିସ୍ତାନ ତଥା ସେ ସମୟର ପେଶାୱରରେ ଜନ୍ମ ନେଇଥିଲେ । କିନ୍ତୁ ବିଭାଜନ ସମୟରେ ତାଙ୍କ  ପରିବାର ମୁମ୍ବାଇରେ ଆସି ରହିଲେ । ପିଲାବେଳୁ ହିଁ ତାଙ୍କର ଅଭିନୟ ଭାରୀ ପସନ୍ଦ ଥିଲା । ପଢ଼ା ଶେଷ କରିବା ପରେ ଆକ୍ଟିଂକୁ ନିଜ କ୍ୟାରିୟର ଭାବେ ବାଛିନେଲେ । ଯଦିଓ ବାପା ପ୍ରଥମରୁ ଆକ୍ଟିଂକୁ ବିରୋଧ କଲେ କିନ୍ତୁ ପୁଅର ପରିଶ୍ରମ ଓ ଅଭିନୟ ପ୍ରତି ନିଷ୍ଠାକୁ ଦେଖି ପରେ ସହମତ ହେଲେ । ଏହାସହ ନିଜ ସ୍ବପ୍ନ ପୂରା କରିବାକୁ ବିନୋଦ ଖାନ୍ନାଙ୍କୁ ମୌକା  ବି ମିଳିଗଲା ।

୧୯୬୮ରେ ବିନୋଦଙ୍କୁ ମିଳିଲା ପ୍ରଥମ ସଫଳତା , ଯେବେ ଫିଲ୍ମ ’ମନ୍ କା ମିତ୍’ ରେ ଖଳନାୟକ ଭାବେ ଉଭା ହେଲେ  । ସେ ସମୟରେ ଭିଲେନ୍ ରୋଲ କରିବା ସହଜ ନଥିଲା ।  କିନ୍ତୁ ଏହି ରୋଲକୁ ଗ୍ରହଣ କଲେ ବିନୋଦ୍ । ନିଜର ଡ୍ୟାସିଂ ଲୁକ୍ ଓ ଏକ୍ସପ୍ରେସନ୍ ଜରିଆରେ ନେଗେଟିଭ୍ ରୋଲରେ ନିଜର ଦମଦାର ଅଭିନୟର ପରିଚୟ ଦେଲେ  ଏବଂ ଦର୍ଶକଙ୍କ  ମନରେ ନିଜ ପାଇଁ ଜାଗା ବନାଇଲେ । କିନ୍ତୁ ହିରୋ ବନିବା ତାଙ୍କ ଭାଗ୍ୟରେ ଥିଲା ।

ଧୀରେ ଧୀରେ ବିନୋଦଙ୍କୁ ମିଳିଲା ହିରୋ ରୋଲ୍ । ୧୯୭୧ର ଫିଲ୍ମ ’ମେରେ ଅପନେ ’ରେ ତାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଲା । ଯେଉଁଥିରେ ତାଙ୍କ ଲୋକପ୍ରିୟତା ଶହେ ଗୁଣା ବଢ଼ିଗଲା । ଏହାପରେ ତାଙ୍କୁ ଅନେକ ହିଟ୍ ଫିଲ୍ମ ମିଳିଲା ।ମେରା ଗାଓଁ ମେରା ଦେଶ , ଅମର ଅକବର ଆନ୍ଥୋନୀ, କୁର୍ବାନୀ, ଦୟାବାନରେ ତାଙ୍କ ହିରୋଇକ୍ ଆକ୍ଟିଂ ବାରି ହୋଇପଡ଼ୁଥିଲା ।

ସବୁଠୁ ଖାସ୍ କଥା ହେଉଛି , ସେ ନିଜକୁ କେବେ ଷ୍ଟାରଡମ୍ ଭିତରେ ଫସିବାକୁ ଦେଇନାହାନ୍ତି ବରଂ ନିଜର ପରିଶ୍ରମ ଓ ଅନ୍ଦାଜରେ ସବୁବେଳେ ଦର୍ଶକଙ୍କ ମନ ଜିତିବାକୁ ଗୁରୁତ୍ବ ଦେଉଥିଲେ  । ଅମିତାଭ୍ ବଚ୍ଚନ, ରାଜେଶ ଖାନ୍ନା, ସୁନୀଲ ଦତ୍ତଙ୍କ ପରି ଦିଗ୍ଗଜ୍ ଆକ୍ଟରଙ୍କ ସହ ଅଭିନୟ କରି ନିଜ ଅଭିନୟର ଛାପ ଛାଡ଼ିଥିଲେ । ଅମର ଅକବର  ଆନ୍ଥୋନୀ, ମୁକଦ୍ଦର କା ସିକନ୍ଦର ଫିଲ୍ମରେ ଅମିତାଭଙ୍କ ସହ ତାଙ୍କ ଯୋଡ଼ି ଦର୍ଶକଙ୍କ ଭାରୀ ପସନ୍ଦ ଥଲା ।

ତାଙ୍କ କ୍ୟାରିୟର ଏତେ ସାନଦାର ଥିଲା ଯେ ୮୦ ଦଶକରେ ସେ ସବୁଠାରୁ ଅଧିକ ପାଉଣା ନେଉଥିବା ଆକ୍ଟର ଥିଲେ ।  ସଫଳତାର ପିକ୍ ସମୟରେ ସେ ବଡ଼ ନିଷ୍ପତ୍ତି ନେଲେ । ହଠାତ ଅଭିନୟରୁ ଦୂରେଇ ଗଲେ  ଏବଂ ଆଧ୍ୟାତ୍ମିକ ଗୁରୁ ଓସୋଙ୍କ ଶରଣରେ ଗଲେ । ପାଖାପାଖି ୫ ବର୍ଷ ପରେ ଫିଲ୍ମ ’ଇନସାଫ’ ସହ ପୁଣି ଆକ୍ଟିଂକୁ ଫେରିଲେ  । ପୁଣି ଦର୍ଶକଙ୍କ ମନ ଜିତିଲେ ।
 

ନିଖୁଣ ଅଭିନୟ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଚଳଚିତ୍ର ପୁରସ୍କାର ଦାଦା ସାହେବ ଫାଲକେ ପୁରସ୍କର ସହ ଅନେକ  ସମ୍ମାନ ମିଳିଛି । ରାଜନୀତିରେ ବି ନିଜର ଦକ୍ଷତା ଦେଖାଇଥିଲେ ବିନୋଦ । କିନ୍ତୁ କ୍ୟାନ୍ସର ତାଙ୍କ ଚଳଚଞ୍ଚଳ ଜୀବନକୁ ଶିଥିଳ କରିଦେଲା  । ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ୨୦୧୭ ଏପ୍ରିଲ ୨୭ ତାରିଖରେ ସମସ୍ତଙ୍କ ଅଲବିଦା କହି ଅଫେରା ରାଇଜକୁ ଚାଲିଗଲେ । ତାଙ୍କ ଅବର୍ତ୍ତମାନରେ ବି ତାଙ୍କ ଅଭିନୟ ମନକୁ ଭିନ୍ନ ଏକ ଭାବନରେ ଭରିଦିଏ ।