କନକ ବ୍ୟୁରୋ: ରାସ୍ତାକଡ଼ରୁ ଅଜଣା ମୃତଦେହ ଉଦ୍ଧାର । ବାଲେଶ୍ବର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ ନାଚିନ୍ଦା ଛକ ବାଲିଆପାଳ କମର୍ଦା ମୁଖ୍ୟ ରାସ୍ତାରେ ଅଜଣା ଲୋକର ମୃତ ଦେହ ଉଦ୍ଧାର ହୋଇଛି। ସ୍ଥାନୀୟ ଲୋକେ ମୃତ ଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ କମର୍ଦା ପୋଲିସ ଘଟଣାର ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ କରୁଛି । ସୂଚନା ଅନୁସାରେ ଆଜି ସକାଳେ କମର୍ଦ୍ଦା -ବାଲିଆପାଳ ରାସ୍ତା ନାଚିନ୍ଦା ଛକ ରାସ୍ତା ପାର୍ଶ୍ଵରେ ଏକ ବୃଦ୍ଧଙ୍କ ମୃତଦେହ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖିଥିଲେ । ତୁରନ୍ତ ୧୦୮ ଆମ୍ବୁଲାନ୍ସ ଏବଂ କମର୍ଦ୍ଦା ପୋଲିସକୁ ଖବର ଦେଇଥିଲେ । କମର୍ଦ୍ଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧଙ୍କୁ ହସ୍ପିଟାଲ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ବୃଦ୍ଧଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାକୁ ନେଇ ଅଧିକ ଖୋଲତାଳ ଆରମ୍ଭ କରିଛି କମର୍ଦ୍ଦା ପୋଲିସ । ବୃଦ୍ଧଙ୍କ ପରିଚୟ ମଧ୍ୟ ମିଳିନାହିଁ ।
ରାସ୍ତାକଡ଼ରେ ପଡ଼ିଛି ଅଜଣା ମୃତଦେହ । କେମିତି ହେଲା ମୃତ୍ୟୁ ଚାଲିଛି ତଦନ୍ତ ।
ବାଲେଶ୍ବର ଜିଲ୍ଲା ବାଲିଆପାଳ-କମର୍ଦ୍ଦା ମୁଖ୍ୟ ରାସ୍ତାରେ ପଡ଼ିଛି ଅଜଣା ମୃତଦେହ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ଉଦ୍ଧାର କଲା କମର୍ଦ୍ଦା ପୋଲିସ । କିଏ ଓ କେମିତି ହେଲା ମୃତ୍ୟୁ ଚାଲିଛି ତଦନ୍ତ ।
/kanak/media/media_files/2025/01/31/vTw5uwX3KS15OnYkl99I.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)