କନକ ବ୍ୟୁରୋ: ପୁରୀ ସମୁଦ୍ରରେ ପେଣ୍ଠକଟାଠାରେ ସମୁଦ୍ରରେ ଭାସୁଛି ଏକ ବଡ କଣ୍ଟେନର। ମତ୍ସ୍ୟଜୀବୀଙ୍କ ଠାରୁ ଖବର ପାଇ ପହଞ୍ଚିଛି ପ୍ରଶାସନ। ଏହାସହ ମତ୍ସ୍ୟଜୀବୀମାନେ ନିଜେ ଡ଼ଙ୍ଗା ନେଇ ଦେଖିଥିଲେ। କଣ୍ଟେନରଟି କୂଳରୁ ଦେଢ କିଲୋମିଟର ଦୂର ସମୁଦ୍ରରେ ଲାଗିଥିଲା। ଏହାକୁ ଦେଖିବାକୁ ସମୁଦ୍ର କୂଳରେ ଲୋକଙ୍କ ଭିଡ ଲାଗିଥିବାବେଳେ ଏହାକୁ ଜଗିରହିଛି ପୋଲିସ । ଏହା ପୂର୍ବରୁ କେନ୍ଦ୍ରାପଡ଼ା ସାତଭାୟାରେ ମଧ୍ୟ ଏଭଳି ଏକ କଣ୍ଟେନର ଲାଗିଥିବା ବେଳେ ସେଥିରେ ଥିବା ବିଭିନ୍ନ ସାମଗ୍ରୀ ଲୁଟ୍ କରିନେଇଥଲେ ଲୋକେ।
ପୁରୀ ସମୁଦ୍ର କୂଳରେ ଲାଗିଲା ଅଜଣା କଣ୍ଟେନର ; ଜଗିଛି ପୋଲିସ
Advertisment
Follow Us