ବିମାନବନ୍ଦରରେ ଅଜଣା ବ୍ୟାଗ୍ ଆତଙ୍କ ; ନୀଳ ରଙ୍ଗର ବ୍ୟାଗ କାହାର?

ବିମାନବନ୍ଦରରେ ଅଜଣା ବ୍ୟାଗ୍ ଆତଙ୍କ ; ନୀଳ ରଙ୍ଗର ବ୍ୟାଗକୁ ଜଗିଛି ସନ୍ଧାନୀ କୁକୁର । ବ୍ୟାଗ୍ କାହାର ଜଣାପଡିନାହିଁ

51bag

କନକ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରେ ଅଜଣା ବ୍ୟାଗ୍ । ଟ୍ରଲିରେ ଏକ ନୀଳ ରଙ୍ଗର ବ୍ୟାଗ ଦେଖିବା ପରେ ଆସିଛି ସିଆଇଏସଏଫର କଡଗ୍ ସ୍କ୍ୱାଡ୍ । ସନ୍ଧାନୀ କୁକୁର ଏହାକୁ ଜଗିଥିବାବେଳେ ଏହା କାହାର ସେ ଏନେଇ ଏବେଯାଏଁ କୌଣସିସ ସୂଚନା ମିଳିନାହିଁ ।
 

କଥା ହେଉଛି ,କିଛି ସମୟ ପୂର୍ବରୁ ଖଲିସ୍ତାନୀ ନେତାଙ୍କର ଧମକପୂର୍ଣ୍ଣ ଅଡିଓ ଭାଇରାଲ ହୋଇଥିଲା । ଏହି ଅଡିଓରେ ଭୁବନେଶ୍ୱର ବିମାନବନ୍ଦରର ଫଟୋ ସଂଲଗ୍ନ ହୋଇଥିଲା । ଏହାପରେ ଏବେ ବିମାନବନ୍ଦରରେ ଏହି ଅଜଣା ନୀଳ ବ୍ୟାଗ୍ ରହିଥିବା ଦେଖିବା ପରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ବିମାନ କର୍ତ୍ତୃପକ୍ଷଙ୍କ ତନାଘନା ଚଳାଇଛନ୍ତି । ଏହାପରେ ସେଠିକାର ସମସ୍ତ ସିସିଟିଭି ଯାଞ୍ଚ କରାଯିବାର ସୂଚନା ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe