କନକ ବ୍ୟୁରୋ: ଭୁବନେଶ୍ୱର ବିମାନବନ୍ଦରରେ ଅଜଣା ବ୍ୟାଗ୍ । ଟ୍ରଲିରେ ଏକ ନୀଳ ରଙ୍ଗର ବ୍ୟାଗ ଦେଖିବା ପରେ ଆସିଛି ସିଆଇଏସଏଫର କଡଗ୍ ସ୍କ୍ୱାଡ୍ । ସନ୍ଧାନୀ କୁକୁର ଏହାକୁ ଜଗିଥିବାବେଳେ ଏହା କାହାର ସେ ଏନେଇ ଏବେଯାଏଁ କୌଣସିସ ସୂଚନା ମିଳିନାହିଁ ।
କଥା ହେଉଛି ,କିଛି ସମୟ ପୂର୍ବରୁ ଖଲିସ୍ତାନୀ ନେତାଙ୍କର ଧମକପୂର୍ଣ୍ଣ ଅଡିଓ ଭାଇରାଲ ହୋଇଥିଲା । ଏହି ଅଡିଓରେ ଭୁବନେଶ୍ୱର ବିମାନବନ୍ଦରର ଫଟୋ ସଂଲଗ୍ନ ହୋଇଥିଲା । ଏହାପରେ ଏବେ ବିମାନବନ୍ଦରରେ ଏହି ଅଜଣା ନୀଳ ବ୍ୟାଗ୍ ରହିଥିବା ଦେଖିବା ପରେ ଏକ ପ୍ରକାର ଭୟ ସୃଷ୍ଟି ହୋଇଛି । ବିମାନ କର୍ତ୍ତୃପକ୍ଷଙ୍କ ତନାଘନା ଚଳାଇଛନ୍ତି । ଏହାପରେ ସେଠିକାର ସମସ୍ତ ସିସିଟିଭି ଯାଞ୍ଚ କରାଯିବାର ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2024/11/30/2X6oXmsoIYWtdwB4iRmY.jpg)