ଗାଁ ଦାଣ୍ଡରେ ବୁଲୁଛି ଅଜଣା ଜନ୍ତୁ! ସନ୍ଧ୍ୟା ହେଲେ ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

ଗାଁ ଦାଣ୍ଡରେ ଅଜଣା ଜନ୍ତୁ, ଆତଙ୍କିତ ଲୋକେ। ଢେଙ୍କାନାଳ ଘାଗରାମୁଣ୍ଡା ଗାଁରେ ଅଜଣା ଜନ୍ତୁ ବୁଲୁଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। 

panic

କନକ ବ୍ୟୁରୋ: ଗାଁ ଦାଣ୍ଡରେ ଅଜଣା ଜନ୍ତୁ, ଆତଙ୍କିତ ଲୋକେ। ଢେଙ୍କାନାଳ ଘାଗରାମୁଣ୍ଡା ଗାଁରେ ଅଜଣା ଜନ୍ତୁ ବୁଲୁଥିବାର ଦୃଶ୍ୟ ସିସିଟିଭିରେ ଏକଦ ହୋଇଛି। 

ଶନିବାର ରାତିରେ ଘାଗରାମୁଣ୍ଡା ଗାଁ ରାସ୍ତାରେ ଏକ ଅଜଣା ଜନ୍ତୁ ଯିବାର ସିସିଟିଭିରେ କଏଦ ହୋଇଥିଲା। କିଛିଦିନ ପୂର୍ବରୁ ବ୍ରାହ୍ମଣଧରା ଗାଁର ଜଣେ ବାଘ ଆକ୍ରମଣର ଶିକାର ହୋଇଥିଲେ। ସେହିପରି ବାଘ ଆକ୍ରମଣରେ ଦୁଇଟି ଗୋରୁ ମଧ୍ୟ ଗୁରୁତର ହୋଇଥିଲେ। ବନବିଭାଗ ଆଜି ପର୍ଯ୍ୟନ୍ତ  ବାଘର ସନ୍ଧାନ ପାଇନଥିବା ବେଳେ ଘାଗରାମୁଣ୍ଡା ଗାଁରେ ଏହି ଅଜଣାଜନ୍ତୁକୁ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe