ପ୍ରେମ ପାଇଁ ଏତେ ନାଟ : ସୁଟ୍‌କେସ୍‌ରେ ପ୍ରେମିକାଙ୍କୁ ନେଇ ଯାଉଥିବା ବେଳେ ଧରାପଡ଼ିଗଲେ

Advertisment

ଘଟଣାଟି ହରିୟାଣାର ସୋନିପତର ଓପି ଜିନ୍ଦଲ ବିଶ୍ବବିଦ୍ୟାଳୟର ବୋଲି ଜଣାପଡିଛି

Updated On

ଘଟଣାଟି ହରିୟାଣାର ସୋନିପତର ଓପି ଜିନ୍ଦଲ ବିଶ୍ବବିଦ୍ୟାଳୟର ବୋଲି ଜଣାପଡିଛି

ଅଦ୍ୟତନ ହୋଇଛି
Viral Video

Viral Video Photograph: (kanak News)

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣଙ୍କ ମୁଣ୍ଡ ଗୋଲ୍‌ ହୋଇଯିବ । କାରଣ ପ୍ରେମିକାକୁ ସୁଟ୍‌କେସ୍‌ରେ ନେଇ ପ୍ରେମିକ ଯାଉଥିବା ବେଳେ ଧରାପଡ଼ିଯାଇଛି । ସେ ଦୃଶ୍ୟ ସବୁ ଦେଖିବା ପରେ ଆପଣ ଭାବିବେ ପ୍ରେମରେ କିଛି ଯୁକ୍ତିତର୍କ କିମ୍ବା ପାଟିତୁଣ୍ଡ ହେବା ପରେ ପ୍ରେମିକାକୁ ହାଣି ପ୍ରେମିକ ସୁଟ୍‌କେସ୍‌ରେ ନେଇ ପଳାଉଥିବ । ହେଲେ ଏହା ସଂପୂର୍ଣ୍ଣ ଭୁଲ୍‌ । କାରଣ ପ୍ରେମିକ ଜଣଙ୍କ ଜିଅନ୍ତା ପ୍ରେମିକାଙ୍କୁ ସୁଟ୍‌କେସ୍‌ରେ ଭର୍ତ୍ତି କରି ନେଇଯାଉଥିବା ବେଳେ ଧରାପଡ଼ିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି । 

ଇଏ କେମିତିକା ପ୍ରେମ ?
ପ୍ରେମିକାଙ୍କୁ ବ୍ୟାଗ୍‌ ଭିତରେ ନେଇଗଲେ ?

ପ୍ରେମ…କିଏ ଏହାକୁ ଅଢେଇ ଅକ୍ଷର କୁହନ୍ତି । ପ୍ରେମରେ ପଡ଼ିଲେ ମଣିଷ କେତେବେଳେ ଯେ କଣ କରେ ତାହା କହିବା ମୁସ୍କିଲ । ଅନେକ ସମୟରେ ଆମେ ଦେଖିଛନ୍ତି ପ୍ରେମିକାଙ୍କ ସାମ୍ନାରେ ପ୍ରେମିକ ଫିଲ୍ମ ଷ୍ଟାଇଲ୍‌ରେ ପ୍ରୋପଜ୍‌ ବି କରନ୍ତି । ହେଲେ ହରିୟାଣାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ପୂରା ଦେଶରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ପ୍ରେମିକା ଜୀବିତ ଥିବା ପରେ ବି ଏକ ସୁଟକେସରେ ପୂରାଇ ବୟଜ୍ ହଷ୍ଟେଲକୁ ନେଉଥିବା ବେଳେ ଜଣେ ଛାତ୍ର ଧରାପଡିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଘଟଣାଟି ହରିୟାଣାର ସୋନିପତର ଓପି ଜିନ୍ଦଲ ବିଶ୍ବବିଦ୍ୟାଳୟର ବୋଲି ଜଣାପଡିଛି । ଅତି ଚାଲାକିର ସହ ଛାତ୍ରଜଣକ ନିଜ ପ୍ରେମିକାକୁ ଏକ ବଡ଼ ସୁଟକେସରେ ପୂରାଇ ସିକ୍ୟୁରିଟିଙ୍କୁ ମାତ୍ ଦେଇ ବୟଜ୍ ହଷ୍ଟେଲରେ ଥିବା ନିଜ ରୁମକୁ ନେଉଥିଲେ । ତେବେ ସନ୍ଦେହ ହେବାରୁ ହଷ୍ଟେଲ୍ ସିକ୍ୟୁରିଟି ଗାର୍ଡ ତାଙ୍କ ବ୍ୟାଗକୁ ଯାଞ୍ଚ କରିଥିଲେ । ଯାହାପରେ ସବୁ ସତ ଧରାପଡିଥିଲା । ସୁଟକେସକୁ ସୁରକ୍ଷା କର୍ମୀମାନେ ଖୋଲିବା ବେଳେ ତାଜୁବ ହୋଇଯାଇଥିଲେ । ଏହାଭିତରୁ ଜଣେ ଯୁବତୀ ବାହାରି ଥିଲେ । ଘଟଣାକୁ ନେଇ ଏବେ ସୁବିଠି ଚର୍ଚ୍ଚା ।  

ମୋଟ୍‌ ଉପେର ପ୍ରେମିକାଙ୍କୁ ନିଜ ହଷ୍ଟେଲ ରୁମକୁ ନେବାକୁ ଯାଉଥିଲେ ପ୍ରେମିକ ଜଣକ । ହେଲେ ଏଥିରେ ପ୍ରତିବନ୍ଧକ ଥିବା ଜାଣିବା ପରେ ସୁଟ୍‌କେସ୍‌ର ଭୂତ ନିଜ ମୁଣ୍ଡରେ ପୂରାଇ ଥିଲେ । ପରବର୍ତ୍ତୀ ସମୟରେ ଏମିତି ସ୍ଥିତି ଉପଜୁଥିଲା ଜଣାପଡ଼ିଛି । ତେବେ ଘଟଣା କିନ୍ତୁ ଜୋରଦାର ଭାଇରାଲ ହେବାରେ ଲାଗିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe