କନକ ବ୍ୟୁରୋ: ସୋସିଆଲ ମିଡିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯାହା ଦେଖିଲେ ଆପଣଙ୍କ ମୁଣ୍ଡ ଗୋଲ୍ ହୋଇଯିବ । କାରଣ ପ୍ରେମିକାକୁ ସୁଟ୍କେସ୍ରେ ନେଇ ପ୍ରେମିକ ଯାଉଥିବା ବେଳେ ଧରାପଡ଼ିଯାଇଛି । ସେ ଦୃଶ୍ୟ ସବୁ ଦେଖିବା ପରେ ଆପଣ ଭାବିବେ ପ୍ରେମରେ କିଛି ଯୁକ୍ତିତର୍କ କିମ୍ବା ପାଟିତୁଣ୍ଡ ହେବା ପରେ ପ୍ରେମିକାକୁ ହାଣି ପ୍ରେମିକ ସୁଟ୍କେସ୍ରେ ନେଇ ପଳାଉଥିବ । ହେଲେ ଏହା ସଂପୂର୍ଣ୍ଣ ଭୁଲ୍ । କାରଣ ପ୍ରେମିକ ଜଣଙ୍କ ଜିଅନ୍ତା ପ୍ରେମିକାଙ୍କୁ ସୁଟ୍କେସ୍ରେ ଭର୍ତ୍ତି କରି ନେଇଯାଉଥିବା ବେଳେ ଧରାପଡ଼ିଛନ୍ତି । ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି ।
ଇଏ କେମିତିକା ପ୍ରେମ ?
ପ୍ରେମିକାଙ୍କୁ ବ୍ୟାଗ୍ ଭିତରେ ନେଇଗଲେ ?
ପ୍ରେମ…କିଏ ଏହାକୁ ଅଢେଇ ଅକ୍ଷର କୁହନ୍ତି । ପ୍ରେମରେ ପଡ଼ିଲେ ମଣିଷ କେତେବେଳେ ଯେ କଣ କରେ ତାହା କହିବା ମୁସ୍କିଲ । ଅନେକ ସମୟରେ ଆମେ ଦେଖିଛନ୍ତି ପ୍ରେମିକାଙ୍କ ସାମ୍ନାରେ ପ୍ରେମିକ ଫିଲ୍ମ ଷ୍ଟାଇଲ୍ରେ ପ୍ରୋପଜ୍ ବି କରନ୍ତି । ହେଲେ ହରିୟାଣାରୁ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ପୂରା ଦେଶରେ ଗୋଟିଏ ମୋବାଇଲରୁ ଅନ୍ୟ ମୋବାଇଲକୁ ଘୂରି ବୁଲୁଛି । ପ୍ରେମିକା ଜୀବିତ ଥିବା ପରେ ବି ଏକ ସୁଟକେସରେ ପୂରାଇ ବୟଜ୍ ହଷ୍ଟେଲକୁ ନେଉଥିବା ବେଳେ ଜଣେ ଛାତ୍ର ଧରାପଡିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଘଟଣାଟି ହରିୟାଣାର ସୋନିପତର ଓପି ଜିନ୍ଦଲ ବିଶ୍ବବିଦ୍ୟାଳୟର ବୋଲି ଜଣାପଡିଛି । ଅତି ଚାଲାକିର ସହ ଛାତ୍ରଜଣକ ନିଜ ପ୍ରେମିକାକୁ ଏକ ବଡ଼ ସୁଟକେସରେ ପୂରାଇ ସିକ୍ୟୁରିଟିଙ୍କୁ ମାତ୍ ଦେଇ ବୟଜ୍ ହଷ୍ଟେଲରେ ଥିବା ନିଜ ରୁମକୁ ନେଉଥିଲେ । ତେବେ ସନ୍ଦେହ ହେବାରୁ ହଷ୍ଟେଲ୍ ସିକ୍ୟୁରିଟି ଗାର୍ଡ ତାଙ୍କ ବ୍ୟାଗକୁ ଯାଞ୍ଚ କରିଥିଲେ । ଯାହାପରେ ସବୁ ସତ ଧରାପଡିଥିଲା । ସୁଟକେସକୁ ସୁରକ୍ଷା କର୍ମୀମାନେ ଖୋଲିବା ବେଳେ ତାଜୁବ ହୋଇଯାଇଥିଲେ । ଏହାଭିତରୁ ଜଣେ ଯୁବତୀ ବାହାରି ଥିଲେ । ଘଟଣାକୁ ନେଇ ଏବେ ସୁବିଠି ଚର୍ଚ୍ଚା ।
ମୋଟ୍ ଉପେର ପ୍ରେମିକାଙ୍କୁ ନିଜ ହଷ୍ଟେଲ ରୁମକୁ ନେବାକୁ ଯାଉଥିଲେ ପ୍ରେମିକ ଜଣକ । ହେଲେ ଏଥିରେ ପ୍ରତିବନ୍ଧକ ଥିବା ଜାଣିବା ପରେ ସୁଟ୍କେସ୍ର ଭୂତ ନିଜ ମୁଣ୍ଡରେ ପୂରାଇ ଥିଲେ । ପରବର୍ତ୍ତୀ ସମୟରେ ଏମିତି ସ୍ଥିତି ଉପଜୁଥିଲା ଜଣାପଡ଼ିଛି । ତେବେ ଘଟଣା କିନ୍ତୁ ଜୋରଦାର ଭାଇରାଲ ହେବାରେ ଲାଗିଛି ।