ବିଷ୍ଣୁଙ୍କ ଦିନରେ ଶୈବ ଉପାସନାର ଅନନ୍ୟ ପରମ୍ପରା : ଜାଗର ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି

Advertisment

ଆଜି ପଙ୍କୋଦ୍ଧାର ଏକାଦଶୀ । ଏହି ଅବସରରେ ଲୋକନାଥ ଦେବଙ୍କ ଗମ୍ଭିରାରୁ ବର୍ଷ ତମାମ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ କଢ଼ାଯାଇଛି । ଆଜିର ଦିନରେ ଭକ୍ତମାନେ ଲୋକନାଥ ଦେବଙ୍କ ସମ୍ପୂର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଛନ୍ତି

ଆଜି ପଙ୍କୋଦ୍ଧାର ଏକାଦଶୀ । ଏହି ଅବସରରେ ଲୋକନାଥ ଦେବଙ୍କ ଗମ୍ଭିରାରୁ ବର୍ଷ ତମାମ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ କଢ଼ାଯାଇଛି । ଆଜିର ଦିନରେ ଭକ୍ତମାନେ ଲୋକନାଥ ଦେବଙ୍କ ସମ୍ପୂର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଛନ୍ତି

22

Photograph: (kanaknews)

କନକବ୍ୟୁରୋ : ଆଜି ପଙ୍କୋଦ୍ଧାର ଏକାଦଶୀ । ଏହି ଅବସରରେ ଲୋକନାଥ ଦେବଙ୍କ ଗମ୍ଭିରାରୁ ବର୍ଷ ତମାମ ରହିଥିବା ବେଲପତ୍ର, ପୁଷ୍ପ, ନୈବେଦ୍ୟ ଇତ୍ୟାଦିକୁ କଢ଼ାଯାଇଛି । ଆଜିର ଦିନରେ ଭକ୍ତମାନେ ଲୋକନାଥ ଦେବଙ୍କ ସମ୍ପୂର୍ଣ୍ଣ ଲିଙ୍ଗ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଲକ୍ଷେ ଶିବ ଲିଙ୍ଗ ପୂଜାକଲେ ଯେତିକି ପୁଣ୍ୟ ମିଳେ, ବାବା ଲୋକନାଥଙ୍କ ଶ୍ରୀଲିଙ୍ଗ ଦର୍ଶନରେ ସେତିକି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି ।…

ପଙ୍କୋଦ୍ଧାର ଏକାଦଶୀରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ବାବା ଲୋକାନାଥଙ୍କ ଶ୍ରୀଲିଙ୍ଗ ଦର୍ଶନର ସାନିଧ୍ୟ ପାଇଲେ ଶ୍ରଦ୍ଧାଳୁ । ଆଜିଠାରୁ ପୁରୀ ଲୋକନାଥ ପୀଠରେ ଆରମ୍ଭ ହୋଇଛି ତିନିଦିନାତ୍ମକ ଯାତ୍ରା । ପଙ୍କ କଢ଼ାଯିବା ପରେ ବର୍ଷ ତମାମ ଜଳ, ନୈବେଦ୍ୟ, ବେଲପତ୍ରରେ ବୁଡ଼ି ରହିଥିବା ଲୋକନାଥଙ୍କ ଶ୍ରୀଲିଙ୍ଗକୁ ସ୍ପଷ୍ଟ ଦର୍ଶନର ସୌଭାଗ୍ୟ ନେଇଛନ୍ତି ଶ୍ରଦ୍ଧାଳୁ । ସକାଳ ୫ଟାରୁ ୭ଟା ଭିତରେ ପଙ୍କ କଢ଼ାଯାଇଛି ।

ସକାଳ ପ୍ରାୟ ୭ଟା ୩୦ରୁ ଏକାଦଶୀ ଦର୍ଶନର ସୌଭାଗ୍ୟ ପାଇଛନ୍ତି ଶୈବ ଭକ୍ତ । ପଙ୍କ କଢ଼ାଯିବା ପରେ ମହାପ୍ରଭୁଙ୍କ ସ୍ନାନ ନୀତି ସମ୍ପନ୍ନ ହୋଇଛି। ପଙ୍କ କାଢ଼ିବା ଲୋକର ସର୍ଵ ରୋଗବ୍ୟାଧି ଦୂର ହେବାର ବିଶ୍ୱାସ ରହିଛି । ଏଥିସହ ଶରୀରର କୌଣସି ଅଙ୍ଗ ଅସୁସ୍ଥ ହେଲେ ବାବା ଲୋକନାଥଙ୍କୁ ସେହି ଅଙ୍ଗ ଆକୃତିର ଧାତୁ ଦାନ କରିବା ଦ୍ୱାରା ଆରୋଗ୍ୟ ହେବାର ବିଶ୍ୱାସ ରହିଛି।

ପ୍ରତ୍ୟେକ ବର୍ଷ ଏହି ତିଥିରେ ପଙ୍କ କଢ଼ାଯିବା ପରେ ଜଳବିହାରୀ ଲୋକନାଥଙ୍କ ଶ୍ରୀଲିଙ୍ଗକୁ ଏହି ଗୋଟିଏ ଦିନ ଦର୍ଶନ ସୁଯୋଗ ପାଇଥାନ୍ତି ଶ୍ରଦ୍ଧାଳୁ । ଜାଗର ରାତିରେ ଅନନ୍ୟ ପରମ୍ପରା ହରିହର ଭେଟ ଦେଖିବାକୁ ମିଳିଥାଏ।  ଚଳିତବର୍ଷ ଅଧିକା ଭକ୍ତଙ୍କ ଆଗମନକୁ ଲକ୍ଷ୍ୟରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  ଶ୍ରୀକ୍ଷେତ୍ରରେ ପଙ୍କୋଦ୍ଧାର ଏକାଦଶୀ ଠାରୁ ୩ଦିନ ପର୍ଯ୍ୟନ୍ତ ଯାତ୍ରା ହୋଇଥାଏ । ହରି ଅର୍ଥାତ ଜଗନ୍ନାଥଙ୍କ ପୀଠରେ ହରଙ୍କ ଉପାସନା କରି କୃତାର୍ଥ ହୁଅନ୍ତି ଶ୍ରଦ୍ଧାଳୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe