କନକ ବ୍ୟୁରୋ: ନବରାତ୍ରିରେ ବିଭିନ୍ନ ଶକ୍ତିପୀଠ ଗୁଡିକରେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ମାଆଙ୍କ ଉପରେ ଆସ୍ଥା ଓ ବିଶ୍ୱାସ ରଖି ପୀଠ ଓ ମଣ୍ଡପକୁ ଛୁଟି ଆସୁଛନ୍ତି ଶ୍ରଦ୍ଧାଳୁ । ପ୍ରତିଦିନ ମାଆଙ୍କ ଦର୍ଶନ ପାଇଁ ଲାଗୁଛି ଭକ୍ତଙ୍କ ଭିଡ଼ । ଧୂପ ଦୀପ ନେଇ ଶ୍ରଦ୍ଧାଳୁମାନେ ପୂଜା କରୁଛନ୍ତି । ବିଶେଷ କରି ପୀଠରେ ଆଳତୀ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଉତ୍ସାହ କହିଲେ ନସରେ । ପ୍ରତି ଦେବୀଙ୍କ ମନ୍ଦିରର ରହିଛି ନିଆରା ମହାତ୍ମ୍ୟ । ପ୍ରତ୍ୟେକ ପୀଠରୁ ଅନ୍ୟତମ ମଧ୍ୟପ୍ରଦେଶ ସ୍ଥିତ ଗଡ଼ିଆଘାଟ ମନ୍ଦିର । ସବୁ ମନ୍ଦିର ଭଳି ଏଠାରେ ବି ଧୂପଦୀପ ଦେଇ ପୂଜା କରନ୍ତି ଭକ୍ତ । କିନ୍ତୁ ଏଠାରେ ଦେବୀଙ୍କ ମନ୍ଦିରରେ ଜଳୁଥିବା ଦୀପରେ ଘିଅ ନୁହେଁ ଦିଆଯାଉଛି ପାଣି ।
ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥା ଟି ସତ, ବର୍ଷ ବର୍ଷ ଧରି ଏଠାରେ ପାଣିରେ ଜଳୁଛି ଦେବୀ ଦୁର୍ଗାଙ୍କ ଅଖଣ୍ଡ ଦୀପ । ଏହିଭଳି କିଛି ଚମତ୍କାରୀ ଦୃଶ୍ୟ ମଧ୍ୟପ୍ରଦେଶର କାଲିସିନ୍ଧ ନଦୀ କୂଳରେ ଥିବା ଗଡିଆ ଗାଁରେ ଥିବା ଦୁର୍ଗା ମନ୍ଦିରରେ ଦେଖିବାକୁ ମିଳେ । ଗଡିଆଘାଟର ଦେବୀ ଦୁର୍ଗା । ପୁରାତନ କାଳରୁ ଦେବୀଙ୍କ ଉପରେ ରହିଛି ଭକ୍ତଙ୍କ ଅତୁଟ ବିଶ୍ୱାସ ରହିଛି । ମନ୍ଦିରରେ ରହିଛି ମାଆଙ୍କ ଅଲୌକିକ ମହିମା । ଦିନେ କି ଦୁଇ ଦିନ ନୁହେଁ ଏଠାରେ ବର୍ଷ ବର୍ଷ ଧରି ଜଳୁଛି ଅଖଣ୍ଡ ଦୀପ । ମାଆଙ୍କ ମନ୍ଦିରରେ ପାଣିରେ ଜଳୁଥିବା ଅଖଣ୍ଡ ଦୀପର ଚମତ୍କାର ଦେଖିବାକୁ ପ୍ରତିଦିନ ଦେଶବିଦେଶରୁ ଭକ୍ତଙ୍କ ଭିଡ଼ ଲାଗୁଛି ।
ମନ୍ଦିର ବର୍ତ୍ତମାନର ପୂଜାରୀଙ୍କ କହିବା ଅନୁସାରେ ମନ୍ଦିରର ପ୍ରଥମ ପୂଜାରୀଙ୍କୁ ମାଆ ଦୁର୍ଗାଙ୍କ ସ୍ୱପ୍ନାଦେଶ ହୋଇଥିଲା । ଦୀପରେ ତେଲ ବଦଳରେ ପାଣି ଦେବାକୁ । ତା ପରଦିନ ପୂଜାରୀ ମଧ୍ୟ ଜଳୁଥିବା ଅଖଣ୍ଡ ଦୀପରେ ପାଣି ଦେଇଥିଲେ। ଆଉ ହଠାତ୍ ତାହା ଆପେ ଆପେ ଜଳି ଉଠିଥିଲା । ସେବେଠାରୁ ମନ୍ଦିରରେ ଜଳୁଥିବା ଦୀପରେ ତେଲ ନୁହେଁ ପାଣି ଦିଆଯାଉଛି । ଏହି ଅଖଣ୍ଡ ଦୀପ ଜଳୁଛି ପାଣିରେ । ମାଆଙ୍କ ନିକଟରେ ଭକ୍ତଙ୍କ ରହିଛି ଅଗାଢ ବିଶ୍ବାସ । ଆଉ ଏହି ବିଶ୍ବାସ ଆଧାରରେ ଦୂରଦୂରାନ୍ତରୁ ଭକ୍ତମାନେ ଆସି ଦର୍ଶନ କରିବା ସହିତ ମାଆଙ୍କ ନିକଟରେ ପାଣିରେ ଦୀପ ଜାଳି ଦର୍ଶନ କରି ଯାଆନ୍ତି । ମାଆଙ୍କ ମନ୍ଦିରରେ ପାଣିରେ ଜଳୁଥିବା ଅଖଣ୍ଡ ଦୀପର ଚମତ୍କାର ଦେଖିବାକୁ ପ୍ରତିଦିନ ଅନେକ ଭକ୍ତଙ୍କ ଭିଡ଼ ଲାଗୁଛି । ମାଆଙ୍କ ମନ୍ଦିରରେ ରହିଥିବା ଏହି ପାଣିର ଦୀପର ରହସ୍ୟ କିନ୍ତୁ ଆଜି ପର୍ଯ୍ୟନ୍ତ କେହି ଜାଣିପାରିଲେନି । ବୈଜ୍ଞାନକଙ୍କ ଅନୁସନ୍ଧାନ ବି ଫେଲ୍ ମାରିଛି କହିଲେ ଚଳେ ।