କନକ ବ୍ୟୁରୋ: ବଜାରକୁ ଯେତେ ପ୍ରକାର ଦୀପ ଆସିଲେ ମଧ୍ୟ ମାଟିଦୀପର ଚାହିଦା କମିନାହିଁ । ଗାଁ ଗହଳିରେ କାରିଗରମାନେ ମାଟିଦୀପ ପ୍ରସ୍ତୁତ କରୁଛନ୍ତି । ଗୋବରରେ ମଧ୍ୟ ଦୀପ ତିଆରି କରାଯାଉଛି । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଜଗଦଳପୁର ଗାଁର ମହିଳା ଗୋବର, ମାଟି, ବାଲି ଓ କିଛି ଅଠା ମିଶାଇ ଦୀପ ତିଆରି କରୁଛନ୍ତି । ୧୦ ଜଣ ମହିଳା ୫ ବର୍ଷ ହେଲା ଏକ ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଦୀପ ତିଆରି କରୁଛନ୍ତି । ବ୍ୟାଙ୍କ ଋଣ ଦେଇଛି । ଏହି ଦୀପକୁ ବଜାରରେ ବିକି କରି ଦି ପଇସା ରୋଜଗାର କରିପାରୁଛନ୍ତି । ଏଥିପାଇଁ ବ୍ଲକ୍ ପକ୍ଷରୁ ମହିଳାମାନଙ୍କୁ ତାଲିମ ଦିଆଯାଇଛି ।
ଲୋକମାନେ ଏହି ଗୋବର ଦୀପକୁ ଆଗ୍ରହରେ କିଣି ନେଉଛନ୍ତି । ଗୋଟିଏ ଛୋଟ ଦୀପର ଦାମ୍ ୫ ଟଙ୍କା ରହିଛି । ବଡ଼ ଦୀପ ଦାମ୍ ୧୦ରୁ ୫୦ ଟଙ୍କା । ମହିଳାମାନେ ଧୀରେଧୀରେ ବ୍ୟବସାୟ ବଢ଼ାଉଛନ୍ତି । କଞ୍ଚାମାଲ୍ ପାଇଁ ଟଙ୍କା ଓ ବ୍ୟାଙ୍କ ଋଣ ପରିଶୋଧ ପରେ ଯେଉଁ ମିଳୁଥିବା ଲାଭ ଟଙ୍କାକୁ ନିଜନିଜ ମଧ୍ୟରେ ଭାଗକରି ନେଉଛନ୍ତି । ଘରର ଛୋଟଛୋଟ ଖର୍ଚ୍ଚ ପାଇଁ ଏମାନଙ୍କୁ ଆଉ କାହା ଉପରେ ନିର୍ଭର କରିବାକୁ ପଡୁନାହିାଁ ଘର କାମ ପରେ ଏମାନେ ଏକାଠି ହୋଇ ୩ ଘଣ୍ଟା କାମ କରନ୍ତି । ବଜାରକୁ ଚାଇନା ଓ ପ୍ଲାଷ୍ଟିକ୍ ଦୀପ ଆସୁଥିଲେ ମଧ୍ୟ ମାଟିଦୀପ ଲୋକଙ୍କ ପ୍ରଥମ ପସନ୍ଦ । ଗୋବର ମିଶା ମାଟିଦୀପର ଆହୁରି ଚାହିଦା ରହିଛି । ଯାହାକୁ ନଜରରେ ରଖି ମହିଳାମାନେ ଏଭଳି କାମ ଆରମ୍ଭ କରିଛନ୍ତି । ଯାହା ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ।
ଦୀପ ଗୋଟାକୁ ୫ ଟଙ୍କା
ବଡ଼ଦୀପ ୧୦ରୁ ୫୦ ଟଙ୍କା
ମାସିକ ରୋଜଗାର ୫୦୦୦ରୁ ୭୦୦୦
ଦୀପାବଳି ବେଳେ ବଢ଼େ ବେପାର
ମାସିକ ଆୟ ହୁଏ ୨୦ ହଜାରରୁ ଅଧିକ
ଗଞ୍ଜାମ ଜଗଦଲପୁର ଗାଁର ଏସ୍ଏଚ୍ଜି ମହିଳାଙ୍କ ନିଆରା ପ୍ରୟାସ, ଗାଈ ଗୋବରରେ ତିଆରି କରୁଛନ୍ତି ଦୀପ
ଗାଈ ଗୋବରରେ ତିଆରି କରୁଛନ୍ତି ଦୀପ । ବଜାରରେ ବଢ଼ୁଛି ଚାହିଦା ।
/kanak/media/media_files/2025/07/20/deep-2025-07-20-20-43-11.jpg)