କନକ ବ୍ୟୁରୋ : କ୍ରିକେଟ ଜଗତରେ ଜଣଙ୍କ ପରେ ଜଣେ ଧୂଆଁଧାର ବ୍ୟାଟ୍ସମ୍ୟାନ ସାମ୍ନାକୁ ଆସୁଛନ୍ତି । ହେଲେ ଆପଣ ଜାଣିଛନ୍ତି କି, ବିଶ୍ୱର ଏଭଳି କିଛି ବ୍ୟାଟ୍ସମ୍ୟାନ ରହିଛନ୍ତି, ଯେଉଁମାନେ ସେମାନଙ୍କ କ୍ରିକେଟ ଜୀବନରେ କେବେ ବି ଶୂନ୍ୟରେ ଆଉଟ୍ ହୋଇନାହାଁନ୍ତି । ଆସନ୍ତୁ ଜାଣିବା ଏଭଳି କିଛି ବ୍ୟାଟ୍ସମ୍ୟାନଙ୍କ ବାବଦରେ 

Advertisment

ଜ୍ୟାକ୍ସ ରୁଡୋଲ୍ଫ (ସାଉଥ୍ ଆଫ୍ରିକା)
ସାଉଥ୍ ଆଫ୍ରିକାର ବ୍ୟାଟ୍ସମ୍ୟାନ ଜ୍ୟାକ୍ସ ରୁଡୋଲ୍ଫ ୪୫ ଟି ଏକଦିବସୀୟ ଖେଳି ୧୧୭୪ ରନ୍ କରିଛନ୍ତି । ଏହା ମଧ୍ୟରେ ରହିଛି ୭ ଅର୍ଦ୍ଧଶତକ । ଏକଦିବସୀୟ କ୍ୟାରିୟରରେ ସେ ୬ ଥର ନଟଆଉଟ୍ ରହିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ୮୧ ରନ୍ । ହେଲେ ଏପର୍ଯ୍ୟନ୍ତ ସେ ଏକଦିବସୀୟ ମ୍ୟାଚରେ କେବେ ବି ଶୂନ୍ୟରେ ଆଉଟ୍ ହୋଇନାହାଁନ୍ତି । 

ଯଶପାଲ ଶର୍ମା (ଭାରତ)
ଏହି ତାଲିକାରେ ଭାରତର ଏକମାତ୍ର ବ୍ୟାଟ୍ସମ୍ୟାନଙ୍କ ନାମ ରହିଛି । ସେ ହେଉଛନ୍ତି ଯଶପାଲ ଶର୍ମା । ୪୨ ଟି ଏକଦିବସୀୟ ଖେଳି ସେ ୮୮୩ ରନ କରିଛନ୍ତି । ଯାହା ମଧ୍ୟରେ ରହିଛି ୪ ଟି ଅର୍ଦ୍ଧଶତକ । ଏକଦିବସୀୟରେ ତାଙ୍କର ସର୍ବାଧିକ ରନ୍ ରହିଛି ୮୯ ରନ । ସେ ଏକଦିବସୀୟ ମ୍ୟାଚରେ କେବେ ବି ଶୂନ୍ୟରେ ଆଉଟ୍ ହୋଇନାହାଁନ୍ତି । 

ପିଟର କ୍ରିଷ୍ଟନ: (ସାଉଥ୍ ଆଫ୍ରିକା)

 ସାଉଥ୍ ଆଫ୍ରିକାର ବ୍ୟାଟ୍ସମାନ ପିଟର କିଷ୍ଟନ ୩ ବର୍ଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେ ୪୦ ଟି ଏକଦିବସୀୟ ମ୍ୟାଚ ଖେଳି ୧୨୯୩ ରନ୍ କରିଛନ୍ତି । ସେ ୬ ଥର ନଟଆଉଟ୍ ରହିବା ସହ କେବେ ବି ଶୂନ୍ୟରେ ଆଉଟ୍ ହୋଇନାହାଁନ୍ତି ।

କେପ୍ଲର ବେସେଲ୍ସ (ସାଉଥ୍ ଆଫ୍ରିକା)
କେପ୍ଲର ବେସେଲ୍ସ  ଅଷ୍ଟ୍ରେଲିଆ ଓ ସାଉଥ୍ ଆଫ୍ରିକା ଦୁଇଦେଶ ପାଇଁ କ୍ରିକେଟ୍ ଖେଳିଛନ୍ତି । ୧୦ ବର୍ଷ କ୍ୟାରିୟରେ ସେ ୧୦୯ ଟି ଏକଦିବସୀୟ ଖେଳି ୩୩୬୭ ରନ କରିଛନ୍ତି । ତା ମଧ୍ୟରେ ୨୬ ଟି ଅର୍ଦ୍ଧଶତକ କରିଛନ୍ତି । ତାଙ୍କର ସର୍ବାଧିକ ସ୍କୋର ୧୦୭ ରନ ରହିଛି । ସେ ୭ ଥର ନଟ୍ଆଉଟ୍ ରହିଥିବା ବେଳେ କେବେ ବି ଶୂନ୍ୟରେ ଆଉଟ୍ ହୋଇନାହାଁନ୍ତି ।