କନକ ବ୍ୟୁରୋ : ଓଡ଼ିଶା ପାଲଟିବ ଅକ୍ଷୟ ଶକ୍ତିର ହବ୍। ୨୦୩୦ ସୁଦ୍ଧା ଉତ୍ପାଦନ ହେବ ୫୦୦ ଗିଗା ୱାଟ ଅକ୍ଷୟ ଶକ୍ତି । ସେଥିପାଇଁ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଖସଡ଼ା ପ୍ରସ୍ତୁତ ହୋଇଛି । କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରେସମିଟ୍ କରି ଏହି ସୂଚନା ଦେଇଛନ୍ତି ।
ଓଡ଼ିଶା ପାଖରେ ସୌର ଶକ୍ତି ଏବଂ ଗ୍ରୀନ ହାଇଡ୍ରୋ ଏନର୍ଜି ପାଇଁ ଭଲ ସୁଯୋଗ ରହିଛି । ଗୋପାଳପୁର ଓ ପାରାଦୀପରେ ଗ୍ରୀନ ହାଇଡ୍ରୋଜେନ୍ ହବ୍ କରିବାକୁ ଆଲୋଚନା ହୋଇଛି । ହୀରାକୁଦ ସହିତ ଆଉ କିଛି ସ୍ଥାନରେ ଫ୍ଲୋଟିଂ ଏନର୍ଜି ପାଇଁ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ ହୋଇଛି । ଖୁବ୍ ଶୀଘ୍ର କାମ ଆରମ୍ଭ ହେବ । ଶକ୍ତି, ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଓ ଶିଳ୍ପ ମନ୍ତ୍ରଣାଳୟକୁ ନେଇ ଗଠନ ହେବ ସ୍ବତନ୍ତ୍ର ଟାସ୍କ ଫୋର୍ସ। ଆଗାମୀ ୬ ବର୍ଷରେ ୪୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି । ଏନେଇ ଆଜି ଅନୁଷ୍ଠିତ ଚିନ୍ତନ ଶିବିରରେ ବ୍ୟାପକ ଭାବେ ଆଲୋଚନା କରାଯାଇଛି । ଏବେ ସୁଦ୍ଧା ୫ଲକ୍ଷ ଘରକୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର୍ ଯୋଜନାରେ ସଂଯୋଗୀକରଣ ସରିଥିବା ମନ୍ତ୍ରୀ କହିଛନ୍ତି । କୋଣାର୍କ ମନ୍ଦିର ସମ୍ପୂର୍ଣ୍ଣ ସୋଲାର ସିଷ୍ଟମରେ ପରିଚାଳିତ ହେବ ବୋଲି ଆଜି ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି କେନ୍ଦ୍ର ଅକ୍ଷୟ ଶକ୍ତି ମନ୍ତ୍ରୀ ।