ଭାରତୀୟ ରେଲୱେରେ ସୁରକ୍ଷା ୪.୦ ; ଆଉ ହେବନି ଦୁର୍ଘଟଣା

ରେଳ ସୁରକ୍ଷାରେ ଐତିହାସିକ ପଦକ୍ଷେପ ;  ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା ଅତ୍ୟାଧୁନିକ ସ୍ୱଦେଶୀ ନିରାପତ୍ତା ବ୍ୟବସ୍ଥା କବଚ ୪.୦ । ମନୁଷ୍ୟକୃତ ଭୁଲ ପାଇଁ ହେବନି ଦୁର୍ଘଟଣା । ଟ୍ରେନରେ ବସି ନିଜେ ସମୀକ୍ଷା କଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।

ଅଦ୍ୟତନ ହୋଇଛି
1300000
କନକ ବ୍ୟୁରୋ:  ରେଳ ସୁରକ୍ଷାରେ ଐତିହାସିକ ପଦକ୍ଷେପ। ଦେଶରେ ପ୍ରଥମଥର ପାଇଁ ଆରମ୍ଭ ହେଲା ଅତ୍ୟାଧୁନିକ ସ୍ୱଦେଶୀ ନିରାପତ୍ତା ବ୍ୟବସ୍ଥା କବଚ ୪.୦। ରାଜସ୍ଥାନର ସୱାଇ ମାଧୋପୁରରୁ କୋଟ୍ଟା ଭିତରେ ଏହି ଅତ୍ୟାଧୁନିକ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଏହାର ସମୀକ୍ଷା କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। 
କବଚ ୪.୦ ହେଉଛି ଏଭଳି ଏକ ବ୍ୟବସ୍ଥା, ଯେଉଁଥିରେ ଟ୍ରେନକୁ କେଉଁ ସ୍ଥାନରେ କେତେ ସ୍ପିଡ୍‌ ରଖିହେବ ତାହା ଗୋଟିଏ ମନିଟରରେ ସ୍ପଷ୍ଟ ଭାବେ ଦେଖିହେବ । ୭ ରୁ ୮ କିଲୋମିଟର ଦୂର ଯାଏଁ ସିଗନାଲର ଆଡଭାନ୍ସ ଲୋକେସନ ଜାଣିହେବ । ଫଳରେ ଟ୍ରେନର ଗତି ଉପରେ ନିୟନ୍ତ୍ରଣ କରିହେବ । ଲୋକ ପାଇଲଟ୍ ବ୍ରେକ୍ ନଦେଲେ ଇଞ୍ଜିନରେ ଲାଗିଥିବା କବଚ ଅଟୋମେଟିକ ବ୍ରେକ୍‌ ଦେଇ ସ୍ପିଡ୍‌ କମ୍‌ କରିବ । ଫଳରେ ରେଲୱେରେ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିବ । ଆସନ୍ତା ବର୍ଷ ଭିତରେ ୧୦ ହଜାର ଇଞ୍ଜିନରେ କବଚ ଲଗାଯିବା ନେଇ ସୂଚନା ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏହାଦ୍ୱାରା ମାନବୀୟ ତ୍ରୁଟିରୁ ଟ୍ରେନ ଲାଇନଚ୍ୟୁତ୍ ହେବନି । 
ରେଳମନ୍ତ୍ରୀ ଅଶ୍ୱିନୀ ନିଜେ ଏହାର ଯାଞ୍ଚ କରିଛନ୍ତି । ମାଧୋପୁରରୁ ଇନ୍ଦ୍ରଗଡ଼ ସୁମେରଗଞ୍ଜମଣ୍ଡି ପର୍ଯ୍ୟନ୍ତ ରେଳର ସଫଳତାର ସହ ନିରୀକ୍ଷଣ କରିଛନ୍ତି ରେଳମନ୍ତ୍ରୀ । ଏହି ସମୟରେ ରେଳମନ୍ତ୍ରୀ  ଲୋକୋ ପାଇଲଟଙ୍କ ସହ ଆଲୋଚନା କରିଛନ୍ତି । ୧୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଟ୍ରେନ ଚାଲିବ ।  ପ୍ରକଳ୍ପ ଅଧୀନରେ ନାଗଡା-ମଥୁରା ସେକ୍ସନ ମଧ୍ୟରେ ମୋଟ ୫୪୫ କିଲୋମିଟର ଦୂରତାର କାମ ୨୬୬୫.୧୪ କୋଟି ଟଙ୍କା ବ୍ୟୟ ହେବ । ସୁରକ୍ଷା ଦୃଷ୍ଟିକୋଣରୁ ଏହି ପ୍ରକଳ୍ପରେ କବଚଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।  ମାନବିକ ତ୍ରୁଟି ଯୋଗୁଁ ସିଗନାଲକୁ ଅଣଦେଖା କରି ଟ୍ରେନ୍ ଚାଳକଙ୍କ ଦ୍ୱାରା ହେଉଥିବା ନିରାପତ୍ତା ତ୍ରୁଟିରୁ ମୁକ୍ତି ମିଳିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe