କନକ ବ୍ୟୁରୋ: ଓଡ଼ିଶାର ରେଳ ପ୍ରକଳ୍ପ ନେଇ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବଡ ଘୋଷଣା । ଓଡ଼ିଶାର ଦୁଇଟି ପ୍ରକଳ୍ପକୁ ମିଳିଛି କେନ୍ଦ୍ର କ୍ୟାବିନେଟର ମଂଜୁରୀ ।
ମନ୍ତ୍ରୀଙ୍କ ସୂଚନା ମୁତାବକ, ଓଡ଼ିଶାର ଦୁଇଟି ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମୋହର ଲାଗିଛି । ବରଗଡ଼ ନୂଆପଡ଼ା ନୂଆ ଟ୍ରେନ ଲାଇନକୁ ଅନୁମୋଦନ ମିଳିଛି । ଏହା ପଦମପୁର ଦେଇ ଯିବ। ଏହା ବହୁ ଦିନର ଦାବି ଥିଲା, ଯାହା ଏବେ ପୂରଣ ହେବାକୁ ଯାଉଛି । ୧୩୮ କିଲୋମିଟର ଟ୍ରାକ୍ ପାଇଁ ୨୯୨୬ କୋଟି ଟଙ୍କା ଖର୍ଚ୍ଚ ହେବ। ସେହିଭଳି ସୁନ୍ଦରଗଡ ଜିଲ୍ଲାର ସରଡେଗାରୁ ଛତିଶଗଡ଼ର ଭାଲମୋଡ଼ା ପର୍ୟ୍ୟନ୍ତ ରେଳ ଲାଇନକୁ ମଧ୍ୟ ଅନୁମୋଦନ ମିଳିଛି। ୩୭ କିଲୋମିଟର ଏହି ଡବଲ ଲାଇନ ପାଇଁ ୧୩୬୨ କୋଟି ଖର୍ଚ୍ଚ ହେବ।
ଆଦିବାସୀ ଅଞ୍ଚଳରେ ବିଶେଷ ଗମାନଗମନ ସୁବିଧା ନଥିବାବେଳେ କାର୍ଯ୍ୟକ୍ଷମ ହେବାକୁ ଥିବା ଏହି ରେଳ ପ୍ରକଳ୍ପ ଦ୍ୱାରା ଏଠିକାର ଲୋକେ ଉପକୃତ ହେବେ । ପ୍ରକଳ୍ପ ଘୋଷଣା କରି ପଶ୍ଚିମ ଓଡ଼ିଶା ବାସୀଙ୍କୁ ନୂଆଁଖାଇ ଭେଟ ଦେଇଛନ୍ତି ଅଶ୍ୱିନୀ ବୈଷ୍ଣବ ।
ଓଡିଶାକୁ ରେଳ ପ୍ରକଳ୍ପ ଭେଟି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/media_files/AKwSkdz1Xpn8eCGTpZyu.jpg)