କନକ ବ୍ୟୁରୋ : ବ୍ୟକ୍ତିଗତ ସଚିବଙ୍କୁ ହଟାଇବାକୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଆଇଏଏସ ପରାଗ ହର୍ଷଦ ଗଭାଲିଙ୍କୁ ହଟାଇବାକୁ ଦାବି କରିଛନ୍ତି । ପରାଗ ହର୍ଷଦ ଗଭାଲି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଅଛନ୍ତି । କିନ୍ତୁ ସେ ଜାନୁୟାରୀ ୨୩ ତାରିଖରୁ ଅନଧିକୃତ ଭାବରେ ଅନୁପସ୍ଥିତ ଥିବା ଚିଠିରେ ଦର୍ଶାଇଛନ୍ତି କେନ୍ଦ୍ରମନ୍ତ୍ରୀ । ତେଣୁ ତାଙ୍କୁ ବ୍ୟକ୍ତିଗତ ସଚିବ ପଦରୁ ହଟାଇବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ।