ରାହୁଲଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ, କହିଲେ ରାହୁଲ ହେଉଛନ୍ତି ଦେଶର ଏକନମ୍ବର ଆତଙ୍କବାଦୀ

Advertisment

ରାହୁଲଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ । ରାହୁଲ ଗାନ୍ଧୀଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ ବୋଲି କହିଛନ୍ତି କେନ୍ଦ୍ର ରେଳରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ

ରାହୁଲଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ । ରାହୁଲ ଗାନ୍ଧୀଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ ବୋଲି କହିଛନ୍ତି କେନ୍ଦ୍ର ରେଳରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ

rahul 2

କନକବ୍ୟୁରୋ: ରାହୁଲଙ୍କ ବିରୋଧରେ କେନ୍ଦ୍ରମନ୍ତ୍ରୀଙ୍କ ବିବାଦୀୟ ବୟାନ। ରାହୁଲ ଗାନ୍ଧୀଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ ବୋଲି କହିଛନ୍ତି କେନ୍ଦ୍ର ରେଳରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟୁ। ଭାଗଲପୁରରେ ଏକ କାର୍ୟ୍ୟକ୍ରମ ବେଳେ ବିଟ୍ଟୁ ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ରାହୁଲ ଭାରତୀୟ ନୁହଁନ୍ତି, ଏହାସହ ସେ ହିଁ ଭାରତର ଏକ ନମ୍ବର ଶତ୍ରୁ ।

ତେଣୁ ତାଙ୍କୁ ଧରିବା ପାଇଁ ପୁରସ୍କାର ଘୋଷଣା ହେବା ଦରକାର ବୋଲି ବିଟ୍ଟୁ କହିଛନ୍ତି । ନିକଟରେ ରାହୁଲ ଆମେରିକା ଗସ୍ତରେ ଯାଇଥିଲେ । ସେଠାରେ ଏକ କାର୍ଯ୍ୟକ୍ରମରେ ଶିଖଙ୍କ ସମ୍ପର୍କରେ ବିବାଦୀୟ ଟିପ୍ପଣୀ ରଖିଥିଲେ। କେନ୍ଦ୍ରମନ୍ତ୍ରୀ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାବେଳେ ଏପରି କହିଛନ୍ତି । ତେବେ କେନ୍ଦ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କ ଏପରି ମନ୍ତବ୍ୟ ପରେ କଡ଼ା ପ୍ରତିକ୍ରିୟା ରଖିଛି କଂଗ୍ରେସ ।

ରାହୁଲଙ୍କ ପ୍ରତି ବିଜେପି ଓ ମୋଦୀ ସରକାର ଭିତରେ କେତେ ଘୃଣା ଭରିରହିଛି, ଏହି ମନ୍ତବ୍ୟ ପ୍ରମାଣ କରୁଥିବା କଂଗ୍ରେସ କହିଛି । କେନ୍ଦ୍ରମନ୍ତ୍ରୀ ନିଜ ମନ୍ତବ୍ୟ ପାଇଁ କ୍ଷମାମାଗିବା ଉଚିତ ବୋଲି ଦଳ ଦାବି କରିଛି ।

କଂଗ୍ରେସ ନେତା କେସି ଭେନୁଗୋପାଳ ନିଜ ସୋସିଆଲ ପୋଷ୍ଟରେ ଲେଖିଛନ୍ତି ଯେ, ଯଦିଓ ବିଟ୍ଟୁଙ୍କ ମୁହଁରେ ଏହି କଥା କୁହାଯାଇଛି, ହେଲେ ଏହା ପ୍ରଧାନମନ୍ତ୍ରୀଙ୍କ ଶବ୍ଦ। ସୂଚନାଯୋଗ୍ୟ ଯେ, ରବନୀତ ସିଂ ବିଟ୍ଟୁ ପୂର୍ବରୁ କଂଗ୍ରେସରେ ଥିଲେ । ଏପରିକି ସେ କଂଗ୍ରେସରୁ ୩ଥର ସାଂସଦ ହୋଇଥିଲେ । ତେବେ ୨୦୨୪ ନିର୍ବାଚନ ପୂର୍ବରୁ ସେ କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe