ଦାଗୀ ନେତାଙ୍କୁ ନେଇ ଗଡକରୀଙ୍କ ଚିନ୍ତା ; କହିଲେ , ଫସଲ ବଢିଲେ ରୋଗ ବି ବଢେ

ବିଜେପିରେ ଅନ୍ୟ ଦଳର ଦାଗୀ ନେତାଙ୍କ ଯୋଗଦାନକୁ ନେଇ କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କ ଚିନ୍ତା । ଏକ ସାକ୍ଷାତକାରରେ କହିଲେ, ଫସଲ ବଢିଲେ ରୋଗ ବି ବଢେ । ଗଡ଼କରୀଙ୍କ ବୟାନକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ।

ng-------

କନକ ବ୍ୟୁରୋ : ବିଜେପିରେ ଦାଗୀ ନେତାଙ୍କ ଯୋଗଦାନକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଏକ ସାକ୍ଷାତକାରରେ ସେ ବିଜେପିର ସାମ୍ପ୍ରତିକ ସ୍ଥିତି ଓ ଅନେକ ପ୍ରସଙ୍ଗ ଉପରେ ଖୋଲାଖୋଲି ଆଲୋଚନା କରିଛନ୍ତି । ଗଡ଼କରୀ କହିଛନ୍ତି, ଯେମିତି ଯେମିତି ଫସଲ ବଡ଼ ହୋଇଥାଏ, ରୋଗ ବି ବଢିଥାଏ । ବିଜେପିରେ ବହୁତ ଫସଲ ଅମଳ ହେଉଛି, ଯେଉଁଠି ଭଲ ଶସ୍ୟ ସହିତ କିଛି ରୋଗ ମଧ୍ୟ ଆଣିଥାଏ । ଏଥିପାଇଁ ଆମକୁ ଏମିତି ରୋଗୀଣା ଫସଲ ଉପରେ କୀଟନାଶକ ଦେବା ଦରକାର । 

ଗଡକରୀ କହିଛନ୍ତି, ବିଜେପିରେ ଅଲଗା ଅଲଗା ପାର୍ଟିର ନେତା ଓ କର୍ମକର୍ତ୍ତାଙ୍କ ଯିବା ଆସିବା ଜାରି ରହିଛି। ବିଜେପି ହେଉଛି କାର୍ୟ୍ୟକର୍ତ୍ତାଙ୍କ ଦଳ। ନୂଆ ଲୋକମାନେ ଭିନ୍ନ ଭିନ୍ନ କାରଣ ପାଇଁ ଦଳରେ ଯୋଗ ଦେଉଛନ୍ତି। ସେମାନଙ୍କୁ ପ୍ରଶିକ୍ଷଣ ଦେବା, ବିଚାରଧାରା ଶିଖାଇବା ଓ କାର୍ୟ୍ୟକର୍ତ୍ତା ଭାବେ ପ୍ରସ୍ତୁତ କରିବା ଆମର ଦାୟିତ୍ଵ। ହଜାର ସଂଖ୍ୟକ କାର୍ୟ୍ୟକର୍ତ୍ତା ପରିଶ୍ରମ କରନ୍ତି, ମାତ୍ର ବେଳେ ବେଳେ ଜଣେ କାର୍ୟ୍ୟକର୍ତ୍ତାଙ୍କ ଭୁଲ୍ କାମ ସେହି ହଜାର ସଂଖ୍ୟକ କାର୍ୟ୍ୟକର୍ତ୍ତାଙ୍କ ପରିଶ୍ରମକୁ ବେକାର କରିଦିଏ।  ଦେଉଛି। ଗଡ଼କରୀ କହିଛନ୍ତି, ଦେଶରେ ମତଭେଦରେ କୌଣସି ସମସ୍ୟା ନାହିଁ। ମାତ୍ର ଚିନ୍ତାଧାରାର ଅଭାବ ଗୋଟିଏ ବଡ଼ ସମସ୍ୟା। ସୁବିଧାଜନକ ରାଜନୀତି ଗୁରୁତ୍ଵପୂର୍ଣ୍ଣ ନୁହେଁ ବରଂ ବିଚାରଧାରା ସହିତ ଆଗକୁ ଯାଉଥିବା ରାଜନୀତି ମହତ୍ଵପୂର୍ଣ୍ଣ। ବିଜେପିରେ ଅନ୍ୟ ପାର୍ଟିରୁ ଆସୁଥିବା ନେତା ଓ କାର୍ୟ୍ୟକର୍ତ୍ତା କାରଣରୁ କେବେ କେବେ ସମସ୍ୟା ସୃଷ୍ଟି ହୋଇଥାଏ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe