କନକ ବ୍ୟୁରୋ: ଆସନ୍ତା ୧୭ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ହରେ କୃଷ୍ଣ ମହାତବ ଜୟନ୍ତୀ ଉତ୍ସବରେ ଯୋଗ ଦେବେ । ପରେ ଏନ୍ଏଚ୍ଏଆଇ ପ୍ରକଳ୍ପର ସମୀକ୍ଷା କରିବେ କେନ୍ଦ୍ରମନ୍ତ୍ରୀ । ଭୁବନେଶ୍ବରରେ ସାଧାରଣ ସଭାରେ ଯୋଗଦେବେ ନୀତିନ ଗଡ଼କରୀ । ବରମୁଣ୍ଡା ପଡ଼ିଆରେ ଏହି ସାଧାରଣ ସଭାର ଆୟୋଜନ କରାଯିବ । ଏହି ସଭାରେ କିଛି ବଡ଼ ଘୋଷଣା କରିପାରନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ । ଏହା ସହ ୫ ହଜାର କୋଟି ଟଙ୍କାର ୧୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
ଗତ ୧୧ ତାରିଖରେ ଡେପି ନଡ୍ଡା ମଧ୍ୟ ଓଡ଼ିଶା ଗସ୍ତରେ ଆସିଥିଲେ । ସେ କଟକ ବାରବାଟୀ ଷ୍ଟାଡିୟମରେ ଆୟୁଷ୍ମାନ ଭାରତର ଶୁଭାରମ୍ଭ କରିଥିଲେ । ତେବେ ଗୋଟିଏ ସପ୍ତାହରେ ଆଉ ଜଣେ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ ଯୋଜନା ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।