ଜାତୀୟ ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । ଟ୍ରେନରୁ ଅଚାନକ ଗାୟବ ହୋଇ ଆହତ ଅବସ୍ଥାରେ ମିଳିଥିବା ଚର୍ଚ୍ଚାକୁ ଖଣ୍ଡନ କରି ଫେସବୁକରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ସୂଚନା ଅନୁସାରେ ଜାତୀୟ ଗଣମାଧ୍ୟମରେ କେନ୍ଦ୍ରମନ୍ତ୍ରୀଙ୍କୁ ନେଇ ଏକ ଖବର ସାମ୍ନାକୁ ଆସିଥିଲା । ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ଗୋଡୱାନା ଏକ୍ସପ୍ରେସରେ ଦିଲ୍ଲୀରୁ ଜବଲପୁର ଯାଉଥିବା ବେଳେ ହଠାତ୍ ଟ୍ରେନରୁ ଗାୟବ ହୋଇଯିବାର ଖବର ସାମ୍ନାକୁ ଆସିଥିଲା । ଶନିବାର ରାତିରେ ଟ୍ରେନରେ ଚଢିଥିବା ମନ୍ତ୍ରୀ ରବିବାର ସକାଳେ ସିଟରୁ ଅଚାନକ କୁଆଡ଼େ ଚାଲିଯିବାକୁ ନେଇ ରେଲୱେ ବିଭାଗ ତୁରନ୍ତ ସର୍ଚ୍ଚ ଅପରେସନ୍ ଆରମ୍ଭ କରିବାରୁ ନେଇ ଦୀର୍ଘ ୩ ଘଣ୍ଟାର ଖୋଜାଖୋଜି ପରେ ସିହୋରା ଷ୍ଟେସନରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସରେ ମନ୍ତ୍ରୀ ବସିଥିବା ଦେଖିବାକୁ ମିଳିଥିବା ନେଇ ଚର୍ଚ୍ଚା ହେଲା । ଏମିତିକି କେନ୍ଦ୍ରମନ୍ତ୍ରୀଙ୍କ ହାତଗୋଡ଼ରେ ଆଘାତ ଲାଗିଥିବାର ଖବର ମଧ୍ୟ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ରେଲୱେ ବିଭାଗର ୩ ଘଣ୍ଟାର ସର୍ଚ୍ଚ ଅପରେସନ୍ ପରେ ୧୬୨ କି.ମି ଦୂର ସିହୋରା ଷ୍ଟେସନରେ ମନ୍ତ୍ରୀଙ୍କୁ ରେଲୱେ କର୍ମଚାରୀ ଖୋଜିପାଇବାର ଖବର ପ୍ରଥମେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଥିଲା ।
Chairing a review meeting of my Ministry to finalise key projects and schemes for the current financial year.
— Jual Oram (@jualoram) May 6, 2025
I am perfectly fine & fully committed to my duties. Rumours being spread are completely baseless . I urge everyone to focus on facts & not fall for misinformation. pic.twitter.com/tDwWXYSRTD
ଜାତୀୟ ଗଣମାଧ୍ୟମ ଅନୁସାରେ , ମନ୍ତ୍ରୀ ଭୋର୍ ୩.୪୫ ସମୟରେ ଦମୋହ ଷ୍ଟେସନରେ ଓହ୍ଲାଇଥିଲେ । ସେଠାରେ ତାଙ୍କର ସୁଗାରର ସ୍ତର କମି ଯାଇଥିଲା । ଯେଉଁଥିପାଇଁ ଚଳନ୍ତା ଟ୍ରେନରେ ଚଢୁ ଚଢୁ ମନ୍ତ୍ରୀଙ୍କ ପାଦ ଖସି ଯାଇଥିଲା ଏବଂ ତାଙ୍କ ହାତ , ଗୋଡ଼ରେ ଆଘାତ ଲାଗିଥିଲା । ଠିକ୍ ସେହି ସମୟରେ ଅନ୍ୟ ପ୍ଲାଟଫର୍ମରେ ସଂପର୍କ କ୍ରାନ୍ତି ଏକ୍ସପ୍ରେସ୍ ଆସୁଥିବା ଦେଖି ମନ୍ତ୍ରୀ ଉକ୍ତ ଟ୍ରେନରେ ଚଢ଼ି ଯାଇଥିଲେ । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କ ପିଏଙ୍କ କହିବାନୁସାରେ ସେ ହରଦୁଆରୁ ଟ୍ରେନରେ ଦେଖିବାକୁ ମିଳିନଥିଲେ । ତେବେ ଏହି ଚର୍ଚ୍ଚାରେ ବର୍ତ୍ତମାନ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ମନ୍ତ୍ରୀ କହିଛନ୍ତି ଯେ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ନିଜ କାମ ପ୍ରତି ସମର୍ପିତ ଅଛନ୍ତି ।