କନକ ବ୍ୟୁରୋ : କନକ ନ୍ୟୁଜର ମହାପ୍ରଭାବ । ସୁନ୍ଦରଗଡ଼ରେ କୋଇଲା ଚୋରି ଘଟଣାରେ ଥାନାରେ ପହଞ୍ଚିଲା ମାମଲା । ହେମଗିରି ଥାନାରେ ଲିଖିତ ଅଭିଯୋଗ କରିଛି ମାଇନିଂ ବିଭାଗ । ଜୁନିୟର ମାଇନିଂ ଅଫିସର ମଙ୍ଗଲ ହେମ୍ବ୍ରମ ହେମଗିରି ଥାନାରେ ଦେଇଛନ୍ତି ଏତଲା । ହେମଗିରି ଥାନା ତେଲେନଡ଼ିହି ରିଜର୍ଭ ଫରେଷ୍ଟ ମଧ୍ୟରେ ଚୋରା କୋଇଲା ଖଣି କରି ବେଆଇନ କୋଇଲା ପରିବହନ କରାଯାଉଥିବା ନେଇ ଲିଖିତ ଅଭିଯୋଗ କରିଛି ଖଣି ବିଭାଗ । ଖଣି କେଳେଙ୍କାରୀରେ ସାମିଲ ମାଫିଆଙ୍କୁ ଧରିବା ପାଇଁ ଅନୁରୋଧ କରିଛି ବିଭାଗ । ହେମଗିରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ଏହି ଖଣି ଚୋରିକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ କଡ଼ା ଚେତାବନୀ । ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ରାଜ୍ୟ ସରକାର ମିଡ଼ିଆ ରିପୋର୍ଟ ଅନୁସାରେ ତଥ୍ୟ ମାଗିବେ। ଏହା ଭିତରେ ଯିଏ ବି ଥାଉନା କାହିଁକି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଉରକେଲା ବିଜେପି ପ୍ରତିଷ୍ଠା ଦିବସରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/04/06/WpjWdfYf4lNvNnjfWw56.jpg)