କନକବ୍ୟୁରୋ : ବାଲେଶ୍ଵର ଛାତ୍ରୀଙ୍କ ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଛାତ୍ରୀ ଜଣକ କ୍ରିଟିକାଲ କେୟାର ସେଣ୍ଟରରେ ଥିବା ବେଳେ ତାଙ୍କ ପରିବାର ଲୋକଙ୍କ ସହ ସାକ୍ଷାତ କରିଛନ୍ତି । ଏହା ଅତି ଦୁର୍ଭାଗ୍ୟଜନକ ଘଟଣା କହିବା ସହ ପୀଡ଼ିତା ପରିବାରକୁ ସମବେଦନା ଜଣାଇଛନ୍ତି । ଝିଅଟି ଜଟିଳ ଅବସ୍ଥାରେ ଥିବାବେଳେ ଏ ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ଧର୍ମେନ୍ଦ୍ର ।
ଏପରିକି ଛାତ୍ରୀ ଜଣକ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି କାମନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ପୀଡିତାଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି । ଅଧିକାରୀ ମାନେ ମଧ୍ୟ ତଦାରଖ କରୁଛନ୍ତି । ଏମ୍ସ ମଧ୍ୟ ଏହାର ଦାୟିତ୍ବ ନେଇଛନ୍ତି । ଯାହା ଉଚିତ ପଦକ୍ଷେପ ହେବ ମୋର ଭରଷା ରାଜ୍ୟ ସରକାର ପ୍ରଶାସନିକ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଶିକ୍ଷକ-ଶିକ୍ଷାର୍ଥୀ ସମ୍ପର୍କରେ ଅବମୂଲ୍ୟାୟନ ହୋଇଛି, ସାମ୍ନା କରିବାକୁ ପଡ଼ିବ । ଆଗକୁ ରାଜ୍ୟ ସରକାର ଆଇନ ଅନୁସାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବେ । ଏବେ ରାଜନୀତି କରିବାର ବେଳ ନୁହେଁ , ଉତ୍ତମ ଚିକିତ୍ସା ଯୋଗାଇବା ପ୍ରାଥମିକତା ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ।