ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା, ଏକାଧିକ ପ୍ରକଳ୍ପର କରିବେ ଉଦଘାଟନ ଓ ଶିଳାନ୍ୟାସ

Advertisment

ସିଆଇଏସଏଫ୍ ୫୭ ତମ ପ୍ରତିଷ୍ଠା ଦିବସରେ ହେବେ ସାମିଲ । ଭେଟି ଦେବେ ୮୮୯ କୋଟି ଟଙ୍କାର ପାଂଚ ପ୍ରକଳ୍ପ । ଜଟଣୀ, ଭୁବନେଶ୍ବରରେ ବି ରହିଛି କାର୍ଯ୍ୟକ୍ରମ ।

ସିଆଇଏସଏଫ୍ ୫୭ ତମ ପ୍ରତିଷ୍ଠା ଦିବସରେ ହେବେ ସାମିଲ । ଭେଟି ଦେବେ ୮୮୯ କୋଟି ଟଙ୍କାର ପାଂଚ ପ୍ରକଳ୍ପ । ଜଟଣୀ, ଭୁବନେଶ୍ବରରେ ବି ରହିଛି କାର୍ଯ୍ୟକ୍ରମ ।

Amit Shah

Amit Shah Photograph: (Google)

କନକ ବ୍ୟୁରୋ:   ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିବେ ଶାହ। ଦିନ ୧୦ଟାରେ କଟକରେ ତାଙ୍କର କାର୍ୟ୍ୟକ୍ରମ ରହିଛି। ସେ ପ୍ରଥମେ କଟକରେ ଉଓଝୠର ୫୭ତମ ସ୍ଥାପନା ଦିବସରେ ଯୋଗଦେବେ ।

ଅଧିକ ପଢନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ , ଆସନ୍ତାକାଲି କଟକରେ CISF ପ୍ରତିଷ୍ଠା ଦିବସରେ ଦେବେ ଯୋଗ

ଏହାପରେ ପାରଦୀପ ଗସ୍ତ କରିବେ। ସେଠାରେ ଦିନ ୧ଟା ୪୫ ମିନିଟରେ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟର ଲୋକାର୍ପଣ କରିବେ। ପାରରଦୀପରେ କାର୍ୟ୍ୟକ୍ରମ ସାରି ଭୁବନେଶ୍ବର ଫେରିବେ ଗୃ ମନ୍ତ୍ରୀ । ଅପରାହ୍ଣରେ ଜଟଣୀ ଠାରେ ଜାତୀୟ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର, ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବେ ଅମିତ ଶାହ । ଏହାପରେ ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଶୁଭାରମ୍ଭ କରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe