କନକ ବ୍ୟୁରୋ: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସ୍ୱତନ୍ତ୍ର ବାୟୁସେନା ବିମାନରେ ନୂଆଦିଲ୍ଲୀରୁ ଆସି ଓଡ଼ିଶାରେ ପହଞ୍ଚିବେ ଶାହ। ଦିନ ୧୦ଟାରେ କଟକରେ ତାଙ୍କର କାର୍ୟ୍ୟକ୍ରମ ରହିଛି। ସେ ପ୍ରଥମେ କଟକରେ ଉଓଝୠର ୫୭ତମ ସ୍ଥାପନା ଦିବସରେ ଯୋଗଦେବେ ।
ଅଧିକ ପଢନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ , ଆସନ୍ତାକାଲି କଟକରେ CISF ପ୍ରତିଷ୍ଠା ଦିବସରେ ଦେବେ ଯୋଗ
ଏହାପରେ ପାରଦୀପ ଗସ୍ତ କରିବେ। ସେଠାରେ ଦିନ ୧ଟା ୪୫ ମିନିଟରେ ସଲଫ୍ୟୁରିକ ଏସିଡ ପ୍ଲାଣ୍ଟର ଲୋକାର୍ପଣ କରିବେ। ପାରରଦୀପରେ କାର୍ୟ୍ୟକ୍ରମ ସାରି ଭୁବନେଶ୍ବର ଫେରିବେ ଗୃ ମନ୍ତ୍ରୀ । ଅପରାହ୍ଣରେ ଜଟଣୀ ଠାରେ ଜାତୀୟ ଫୋରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେନ୍ଦ୍ରୀୟ ଫୋରେନସିକ୍ ବିଜ୍ଞାନ ପରୀକ୍ଷାଗାର, ଭୁବନେଶ୍ୱର କ୍ୟାମ୍ପସ ପାଇଁ ଭୂମି ପୂଜନ କରିବେ ଅମିତ ଶାହ । ଏହାପରେ ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆରେ ନ୍ୟାୟ ସଂହିତା ପ୍ରଦର୍ଶନୀକୁ ଶୁଭାରମ୍ଭ କରିବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2026/03/06/amit-shah-2026-03-06-07-17-33.jpg)