କନକବ୍ୟୁରୋ : ସଡ଼କ ଦୁର୍ଘଟଣାରେ  କେନ୍ଦ୍ର ଅର୍ଥ ମନ୍ତ୍ରାଳୟରର ଉପସଚିବ ନବଜୋତ ସିଂହଙ୍କ ମୃତ୍ୟୁ । ଦିଲ୍ଲୀର ଧୌଲା କୁଆଁ ଅଞ୍ଚଳର ରିଙ୍ଗ ରୋଡରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ଅର୍ଥ ମନ୍ତ୍ରାଳୟରର ଉପସଚିବ ନବଜୋତ ସିଂହ ତାଙ୍କ ପତ୍ନୀଙ୍କ ସହିତ ଏକ ବାଇକରେ ବଙ୍ଗଳା ସାହିବ ଗୁରୁଦ୍ୱାରରୁ ହରି ନଗରସ୍ଥିତ ଘରକୁ ଫେରୁଥିଲେ ।

Advertisment

ଧୌଲା କୁଆଁ ନିକଟରେ ତାଙ୍କ ବାଇକକୁ ଏକ ଦ୍ରୁତଗାମୀ ବିଏମ୍‌ଡବ୍ଲୁ କାର ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ବାଇକଟି ଡିଭାଇଡରରେ ପିଟି ହୋଇ ବାମପାର୍ଶ୍ୱରେ ଯାଉଥିବା ଏକ ବସ୍ ସହିତ ଧକ୍କା  ହୋଇଥିଲା । ନବଜୋତ ଏବଂ ତାଙ୍କ ପତ୍ନୀ ଗୁରୁତର ଆହତ ହୋଇଥିଲେ ।   ଉଭୟଙ୍କୁ ତୁରନ୍ତ ଜିଟିବି ନଗରର ନ୍ୟୁଲାଇଫ୍ ହସ୍ପିଟାଲକୁ ନିଆଯାଇଥିଲା ।  ସେଠାରେ ନବଜୋତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପତ୍ନୀଙ୍କ ଅବସ୍ଥା ଗୁରୁତର ରହିଛି । ଅଭିଯୁକ୍ତ ମହିଳା  ବିଏମ୍‌ଡବ୍ଲୁ  ଡ୍ରାଇଭର ଏବଂ ତାଙ୍କ ସ୍ୱାମୀ ମଧ୍ୟ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ମୃତ ଉପସଚିବ ନବଜୋତ ସିଂହଙ୍କ  ପୁଅ  ପ୍ରଶ୍ନ କରିଛନ୍ତି, ପାଖରେ ବହୁ ହସପିଟାଲ ଥିବା ବେଳେ ବାପାମାଙ୍କୁ ଚିକିତ୍ସା ପାଇଁ ୨୦ କିଲୋମିଟର ଦୂର ଏକ ଛୋଟ ନର୍ସିଂହୋମକୁ କାହିଁକି ନିଆଯାଇଥିଲା ?