କନକ ବ୍ୟୁରୋ : କେନ୍ଦ୍ର କର୍ମଚାରୀଙ୍କୁ ସରକାର ଦେଇଛନ୍ତି ବଡ଼ ଉପହାର । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବା ଡିଏ ୨ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ମିଳିଛି । ଏହି ବୃଦ୍ଧି ଫଳରେ ଏବେ କେନ୍ଦ୍ର କର୍ମଚାରୀ ଓ ପେନ୍ସନ୍ଧାରୀଙ୍କ ଡିଏ ଓ ପେନ୍ସନ୍ଧାରୀଙ୍କ ମହଙ୍ଗା ଆଶ୍ବସ୍ତି ବା ଡିଆର ୫୩ ପ୍ରତିଶତରୁ ବଢ଼ି ୫୫ ପ୍ରତିଶତ ହୋଇଯିବ ।
କେନ୍ଦ୍ର କ୍ୟାବିନେଟରେ ସରକାରଙ୍କ ତରଫରୁ ଏହି ବଡ଼ ନିଷ୍ପତ୍ତି ନିଆଯାଇଛି । ସପ୍ତମ ବେତନ କମିଶନ ଅନୁସାରେ ଏହି ବୃଦ୍ଧି ଘୋଷଣା କରାଯାଇଛି । ଗତ ବର୍ଷ ଜୁଲାଇରେ ଶେଷଥର ପାଇଁ ଡିଏ ବଢ଼ିଥିଲା । ସେ ସମୟରେ ଡିଏ ୫୦ ପ୍ରତିଶତରୁ ବଢ଼ି ୫୩ ପ୍ରତିଶତରେ ପହଞ୍ଚିଥିଲା । ଏବେ ୨ ପ୍ରତିଶତ ଡିଏ ବଢ଼ିବା ଫଳରେ କର୍ମଚାରୀଙ୍କ ବେସିକ୍ ସାଲାରୀରେ ୨ ପ୍ରିତିଶତ ଡିଏକୁ ଯୋଡ଼ାଯିବ । ଚଳିତ ବର୍ଷ ଜାନୁଆରୀ ପହିଲାରୁ ଏହି ବୃଦ୍ଧି ପିଛିଲା ଭାବେ ଲାଗୁ ହେବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଫଳରେ କୋଟି କୋଟି କର୍ମଚାରୀ ଓ ପେନସନଧାରୀଙ୍କୁ ଫାଇଦା ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/03/28/gggy1UJV4EaI3OyghnCw.jpg)