କନକ ବ୍ୟୁରୋ : ଦିପାବଳୀ ପୂର୍ବରୁ କେନ୍ଦ୍ର ସରକାର ଚାଷୀମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି । କେନ୍ଦ୍ର ସରକାର ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଏନେଇ ସରକାର ୮୪,୨୬୩ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ୟାକେଜ ୬ ବର୍ଷ ପାଇଁ ସ୍ଥିର କରାଯାଇଛି ।
କେନ୍ଦ୍ର ମନ୍ତ୍ରିମଣ୍ଡଳ ୨୦୨୬-୨୭ ପାଇଁ ଗହମ ମୂଲ୍ୟରେ ୬.୫୯ ପ୍ରତିଶତ ବୃଦ୍ଧି କରି କୁଇଣ୍ଟାଲ ପ୍ରତି ୨୫୮୫ ଟଙ୍କା କରିଛନ୍ତି । ଅର୍ଥାତ ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ଗହମ କୁଇଣ୍ଟାଲ ପ୍ରତି ୧୬୦ ଟଙ୍କା ବୃଦ୍ଧି ପାଇଛି ।
ସେହିଭଳି ଡାଲି ଫସଲର ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଫୋକସ୍ କରିଛନ୍ତି । ଏନେଇ ସରକାର ୧୧,୪୪୦ କୋଟି ଟଙ୍କାର ପ୍ୟାକେଜ କରିଛନ୍ତି । ପ୍ରତିବର୍ଷ ୩୫୦ ଲକ୍ଷ ମାଟ୍ରିକ୍ ଟନ୍ ଡାଲି ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି । ଏହାସହ ଡାଲି ଜାତୀୟ ଫସଲରୁ ୧୦୦ ପ୍ରତିଶତ ସରକାର କିଣିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।