କଟକ-ଭୁବନେଶ୍ବର ବାଇପାସକୁ କେନ୍ଦ୍ର କ୍ୟାବିନେଟ୍‌ର ମୋହର ; ଭିଡ଼ କମାଇବାକୁ ହେବ ୬ ଲେନ୍ ବିଶିଷ୍ଟ ରିଙ୍ଗ୍‌ ରୋଡ୍

Advertisment

କଟକରୁ ଭୁବନେଶ୍ବର ବାଇପାସ ରୋଡ୍ ପାଇଁ କ୍ୟାବିନେଟର ମୋହର ବାଜିଛି । ମୋଟ ୧୧୦ କିଲୋମିଟର ବାଇପାସ୍ ପାଇଁ ଖର୍ଚ୍ଚ ହେବ ୮ହଜାର ୩୦୭ କୋଟି ଟଙ୍କା । କଟକ- ଭୁବନେଶ୍ବରରେ ଭିଡ଼ କମାବାଇବା ପାଇଁ ନିର୍ମିତ ହେବ ଏହି ବାଇପାସ ।

କଟକରୁ ଭୁବନେଶ୍ବର ବାଇପାସ ରୋଡ୍ ପାଇଁ କ୍ୟାବିନେଟର ମୋହର ବାଜିଛି । ମୋଟ ୧୧୦ କିଲୋମିଟର ବାଇପାସ୍ ପାଇଁ ଖର୍ଚ୍ଚ ହେବ ୮ହଜାର ୩୦୭ କୋଟି ଟଙ୍କା । କଟକ- ଭୁବନେଶ୍ବରରେ ଭିଡ଼ କମାବାଇବା ପାଇଁ ନିର୍ମିତ ହେବ ଏହି ବାଇପାସ ।

20

କନକ ବ୍ୟୁରୋ : ରାଜ୍ୟରେ କ୍ୟାପିଟାଲ ରିଜନ୍ ରିଙ୍ଗ ରୋଡ୍ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ । କଟକରୁ ଭୁବନେଶ୍ବର ବାଇପାସ ରୋଡ୍ ପାଇଁ କ୍ୟାବିନେଟର ମୋହର ବାଜିଛି । ମୋଟ ୧୧୦ କିଲୋମିଟର ବାଇପାସ୍ ପାଇଁ ଖର୍ଚ୍ଚ ହେବ ୮ହଜାର ୩୦୭ କୋଟି ଟଙ୍କା । କଟକ- ଭୁବନେଶ୍ବରରେ ଭିଡ଼ କମାବାଇବା ପାଇଁ ନିର୍ମିତ ହେବ ଏହି ବାଇପାସ । ଏହି ବାଇପାସ ତିନୋଟି ପ୍ରମୁଖ ଜାତୀୟ ରାଜପଥ ଯଥା ଏନଏଚ-୫୫, ଏନଏଚ-୫୭ ଏବଂ ଏନଏଚ୍-୬୫୫ ଏବଂ ଗୋଟିଏ ରାଜ୍ୟ ରାଜପଥ ଏସଏଚ୍-୬୫ ଦେଇ ଆସିବ । ମୋଟ ୬ ଲେନ୍ ବିଶିଷ୍ଟ ହେବ ଏହି ରିଙ୍ଗ୍ ରୋଡ୍ ।

କୋଲକାତାରୁ ଜାତୀୟ ରାଜପଥ-୧୬ ଦେଇ ଆସୁଥିବା ଯାତ୍ରୀ ଟାଙ୍ଗୀ ଟୋଲ ଗେଟରୁ ଡାହାଣକୁ ଯାଇ ସିଧା ଢେଙ୍କାନାଳ, ଆଠଗଡ଼, ବାଙ୍କୀ, ଖୋର୍ଦ୍ଧା-ବେଗୁନିଆ ଦେଇ ସିଧା ରାମେଶ୍ବରରେ ପହଞ୍ଚିବେ । ଏହି ବାଇପାସ ସିଧା କୋଲକାତାରୁ ଚେନ୍ନାଇକୁ ସଂଯୋଗ କରିବ । ଜମି ଅଧିଗ୍ରହଣ ବାବଦରେ ୧ହଜାର ୨୯ କୋଟି  ଟଙ୍କାର କ୍ଷତିପୂରଣ ଦେବେ କେନ୍ଦ୍ର ସରକାର । ଦୀର୍ଘଦିନ ଧରି ଏହି ବାଇପାସ ପାଇଁ ଦାବି ହୋଇଆସୁଥିଲା । ଶେଷ କେନ୍ଦ୍ର ସରକାର ଏହା ଉପରେ ମୋହର ମାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe