କନକ ବ୍ୟୁରୋ : ରାଜ୍ୟରେ କ୍ୟାପିଟାଲ ରିଜନ୍ ରିଙ୍ଗ ରୋଡ୍ ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ । କଟକରୁ ଭୁବନେଶ୍ବର ବାଇପାସ ରୋଡ୍ ପାଇଁ କ୍ୟାବିନେଟର ମୋହର ବାଜିଛି । ମୋଟ ୧୧୦ କିଲୋମିଟର ବାଇପାସ୍ ପାଇଁ ଖର୍ଚ୍ଚ ହେବ ୮ହଜାର ୩୦୭ କୋଟି ଟଙ୍କା । କଟକ- ଭୁବନେଶ୍ବରରେ ଭିଡ଼ କମାବାଇବା ପାଇଁ ନିର୍ମିତ ହେବ ଏହି ବାଇପାସ । ଏହି ବାଇପାସ ତିନୋଟି ପ୍ରମୁଖ ଜାତୀୟ ରାଜପଥ ଯଥା ଏନଏଚ-୫୫, ଏନଏଚ-୫୭ ଏବଂ ଏନଏଚ୍-୬୫୫ ଏବଂ ଗୋଟିଏ ରାଜ୍ୟ ରାଜପଥ ଏସଏଚ୍-୬୫ ଦେଇ ଆସିବ । ମୋଟ ୬ ଲେନ୍ ବିଶିଷ୍ଟ ହେବ ଏହି ରିଙ୍ଗ୍ ରୋଡ୍ ।
କୋଲକାତାରୁ ଜାତୀୟ ରାଜପଥ-୧୬ ଦେଇ ଆସୁଥିବା ଯାତ୍ରୀ ଟାଙ୍ଗୀ ଟୋଲ ଗେଟରୁ ଡାହାଣକୁ ଯାଇ ସିଧା ଢେଙ୍କାନାଳ, ଆଠଗଡ଼, ବାଙ୍କୀ, ଖୋର୍ଦ୍ଧା-ବେଗୁନିଆ ଦେଇ ସିଧା ରାମେଶ୍ବରରେ ପହଞ୍ଚିବେ । ଏହି ବାଇପାସ ସିଧା କୋଲକାତାରୁ ଚେନ୍ନାଇକୁ ସଂଯୋଗ କରିବ । ଜମି ଅଧିଗ୍ରହଣ ବାବଦରେ ୧ହଜାର ୨୯ କୋଟି ଟଙ୍କାର କ୍ଷତିପୂରଣ ଦେବେ କେନ୍ଦ୍ର ସରକାର । ଦୀର୍ଘଦିନ ଧରି ଏହି ବାଇପାସ ପାଇଁ ଦାବି ହୋଇଆସୁଥିଲା । ଶେଷ କେନ୍ଦ୍ର ସରକାର ଏହା ଉପରେ ମୋହର ମାରିଛନ୍ତି ।