ଆହୁରି ବ୍ୟାପକ ହେବ ଗଗନଯାନ ମିଶନ୍: ଚନ୍ଦ୍ରଯାନ-୪କୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ

Advertisment

ଚନ୍ଦ୍ରଯାନ-୩ ର ସଫଳତା ପରେ ଚନ୍ଦ୍ରଯାନ-୪କୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରୀ ମିଳିଛି। ଏଥିସହ ଗଗନଯାନ ମିଶନକୁ ଆହୁରୀ ବ୍ୟାପକ କରିବାକୁ ଅନୁମତି ମିଳିଛି।

ଚନ୍ଦ୍ରଯାନ-୩ ର ସଫଳତା ପରେ ଚନ୍ଦ୍ରଯାନ-୪କୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରୀ ମିଳିଛି। ଏଥିସହ ଗଗନଯାନ ମିଶନକୁ ଆହୁରୀ ବ୍ୟାପକ କରିବାକୁ ଅନୁମତି ମିଳିଛି।

axa

କନକ ବ୍ୟୁରୋ: ଚନ୍ଦ୍ରଯାନ-୩ ର ସଫଳତା ପରେ ଚନ୍ଦ୍ରଯାନ-୪କୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଚନ୍ଦ୍ରଯାନ-୪ ମିଶନକୁ ମଞ୍ଜୁରୀ ମିଳିଛି। ଏଥିସହ ଗଗନଯାନ ମିଶନକୁ ଆହୁରୀ ବ୍ୟାପକ କରିବାକୁ ଅନୁମତି ମିଳିଛି। ଏଥିପାଇଁ ୨ ହଜାର ୧୦୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଚନ୍ଦ୍ରଯାନ-୪ ମିଶନରେ ସାଟେଲାଇଟ୍ ଚନ୍ଦ୍ରକୁ ଯାଇ ଫେରିବ । ଏବଂ ଚନ୍ଦ୍ରପୃଷ୍ଠରୁ ମାଟି ଏବଂ ପଥର ନମୂନା ଆଣିବାକୁ ଯୋଜନା କରାଯାଇଛି । କ୍ୟାବିନେଟ ମଞ୍ଜୁରୀ ପରେ ଏନେଇ ସୁଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭାରତର ଦିର୍ଘମିଆଁଦୀ ସ୍ପେଶ ମିଶନ କ୍ଷେତ୍ରରେ ଏହା ବଡ଼ ପଦକ୍ଷେପ ବୋଲି କୁହଯାଉଛି। ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ସଫଳ ଭାବେ ଅବତରଣ କରିଥିଲା। ହେଲେ ଚନ୍ଦ୍ରପୃଷ୍ଠରେ ରାତି ଆସିବା ପରେ ଚନ୍ଦ୍ରଯାନରେ ଯାଇଥିବା ରୋଭର କାର୍ୟ୍ୟ କରିନଥିଳା। ଚନ୍ଦ୍ରଯାନ-୪ରେ ଆଧୁନିକ ଟେକ୍ନୋଲୋଜି ଯୋଡାଯାଇଛି। ଏହା କିପରି ଚନ୍ଦ୍ରକୁ ଯାଇ ସୁରକ୍ଷିତ ଭାବେ ପୁଣି ପୃଥିବୀକୁ ଫେରିଆସିବ ତାହା ଉପରେ ଗୁରୁତ୍ବ ଦିଆଯାଇଛି। ଏଥିସହ ୨୦୩୫ ସୁଦ୍ଧା ଭାରତ ଅନ୍ତରୀକ୍ଷରେ ସ୍ପେଶ ଷ୍ଟେସନ ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିସହ ୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବାକୁ ଯୋଜନା କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ତିନି ବର୍ଷ ଭିତରେ ଏହି ମିଶନ ଶେଷ ହେବା ଲକ୍ଷ୍ୟ ନେଇ କାର୍ଯ୍ୟ ଆରମ୍ଭ ହୋଇଛି। ଚନ୍ଦ୍ରଯାନ-୪ରେ ଘରୋଇ ଟେକ୍ନୋଲୋଜିର ବିକାଶ ଉପରେ ଗୁରୁତ୍ୱ ଦିଆଯାଇଛି। 

ଚନ୍ଦ୍ରଯାନ-୪କୁ କ୍ୟାବିନେଟ୍ ମଞ୍ଜୁରୀ   

ଚନ୍ଦ୍ରଯାନ-୩ ର ସଫଳତା ପରେ ଚନ୍ଦ୍ରଯାନ-୪କୁ ମଞ୍ଜୁରୀ
ମୋଦୀଙ୍କ ନେତୃତ୍ବରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମିଶନକୁ ମଞ୍ଜୁରୀ
ଗଗନଯାନ ମିଶନକୁ ଆହୁରୀ ବ୍ୟାପକ କରିବାକୁ ଅନୁମତି
ଏଥିପାଇଁ ୨ ହଜାର ୧୦୪ କୋଟି ଟଙ୍କା ବ୍ୟୟ ଅଟକଳ
ଚନ୍ଦ୍ରଯାନ-୪ ମିଶନରେ ସାଟେଲାଇଟ୍ ଚନ୍ଦ୍ରକୁ ଯାଇ ଫେରିବ
ଚନ୍ଦ୍ରପୃଷ୍ଠରୁ ମାଟି ଏବଂ ପଥର ନମୂନା ଆଣିବାକୁ ଯୋଜନା 
ଚନ୍ଦ୍ରଯାନ-୪ରେ ଘରୋଇ ଆଧୁନିକ ଟେକ୍ନୋଲୋଜି ଉପରେ ଗୁରୁତ୍ବ
୨୦୩୫ ସୁଦ୍ଧା ଅନ୍ତରୀକ୍ଷରେ ସ୍ପେଶ ଷ୍ଟେସନ ନିର୍ମାଣ ଲକ୍ଷ୍ୟ
୨୦୪୦ ସୁଦ୍ଧା ଚନ୍ଦ୍ରପୃଷ୍ଠକୁ ମଣିଷ ପଠାଇବାକୁ ଯୋଜନା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe