କନକବ୍ୟୁରୋ : ଲୋକସଭାରେ ଆଗତ କରାଯାଇଛି ବଜେଟ ୨୦୨୫ । ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତର ଅଷ୍ଟମ ଥର ପାଇଁ ଦେଶର ଆୟ ଓ ବ୍ୟୟର ଅଟକଳ ରଖିବେ ନିର୍ମଳା ସୀତାରମଣ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚି ସାରିଛନ୍ତି । ବଜେଟ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ନିର୍ମଳା ସୀତାରମଣ । ତାଙ୍କ ସହ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଉପସ୍ଥିତ ଥିଲେ। ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ରହିଛି ଅଭିବୃଦ୍ଧିକୁ ଗତି ଦେବା ସହ ବିତ୍ତୀୟ ନିଅଣ୍ଟ କମ କରିବା ।

Advertisment

ଏହାସହ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା, ରୋଜଗାର ବୃଦ୍ଧି କରିବା ଏବଂ ଚାହିଦାରେ ଆସିଥିବା ହ୍ରାସକୁ ଓଲଟାଇବାକୁ ଫୋକସ କରି ପାରନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ସେହିପରି ପ୍ରତ୍ୟକ୍ଷ ଓ ପରୋକ୍ଷ କରରେ ରିହାତି ପାଇଁ ଦାବି ଉଠୁଛି । ଏଥିସହ ଫୋକସରେ ରହିଛି ବିଭିନ୍ନ  ଏହି ୨୫-୨୬ ଆର୍ଥିକ ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ଯୁବ ଚାଷୀ, ଗ୍ରାମୀଣ ମହିଳା ଏବଂ ଛୋଟ ଛୋଟ ଚାଷୀଙ୍କ ଉପରେ ଏହି ବଜେଟରେ ଫୋକସ୍ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ଧନଧ୍ୟାନ ଯୋଜନାକୁ ରାଜ୍ୟ ସରକାରଙ୍କ ସହ ମିଶି ଚଲାଇବେ କେନ୍ଦ୍ର ସରକାର ।  ଯାହାର ଫାଇଦା ୧.୭ କୋଟି ଚାଷୀଙ୍କୁ ମିଳିପାରିବ ।

ପ୍ରଥମ ପର୍ୟ୍ୟାୟରେ ୧୦୦ଟି ବିକାଶଶୀଳ କୃଷି ଜିଲ୍ଲାକୁ ଏଥିରେ ସାମିଲ କରାଯିବ  । ଏଥିସହ ନିର୍ମଳା ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯୁବକଙ୍କ ନିଯୁକ୍ତି ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ।  ଆହୁରି ମଧ୍ୟ ଘୋଷଣା କରିଛନ୍ତି ୫୦ ବର୍ଷ ପାଇଁ ରାଜ୍ୟକୁ ସୁଧ ମୁକ୍ତ ଋଣ ପ୍ରଦାନ କରାଯିବ । SHG ପାଇଁ ଗ୍ରାମୀଣ କ୍ରେଡିଟ କାର୍ଡ ପ୍ରଦାନ କରାଯିବ ସହ ଫୋକସରେ ବିଭିନ୍ନ ଜିନିଷ ମଧ୍ୟ ରଖାଯାଇଛି ଏଥିସହ ଉଡାଣ ଯୋଜନାକୁ ଗୁରୁତ୍ବ ଦିଆଯାଇଛି । ପାହାଡିଆ ଅଂଚଳରେ ଛୋଟ ଛୋଟ ବିମାନ ବନ୍ଦର ଓ ହେଲିପ୍ୟାଡ ନିର୍ମାଣ କରାଯିବ ।

ଉଡାଣ ଯୋଜନାରେ ଖୁବଶୀଘ୍ର ଯୋଡି ହେବେ ଆଉ ୧୦୦ ସହର । ମାତ୍ର ୧୦ ବର୍ଷରେ ତିଆରି ହେବ ୧୨୦ ବିମାନ ବନ୍ଦର । ଉଡାଣ ଯୋଜନାରେ ୧.୫ କୋଟି ଲୋକ ଉପକୃତ ହେବେ , ୨୦୧୮ ପର୍ଯ୍ୟନ୍ତ ଜଳଜୀବନ ମିଶନକୁ କାର୍ଯ୍ୟକାରୀ କରାଯିବ । ଗ୍ରାମାଞ୍ଚଳରେ ପାନୀୟ ଜଳ ଯୋଗାଣକୁ ସର୍ବାଧିକ ଗୁରୁତ୍ବ ଦିଆଯିବ । ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ ଲାଗି ୧ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହେବ, ଏଥିସହ ପୁଣି ଥରେ ପୂର୍ବଭାରତ ବିକାଶକୁ କେନ୍ଦ୍ର ସରକାରଙ୍କ ଗୁରୁତ୍ବ । ପୂର୍ବ ଭାରତରେ ଖୋଲିବ ଯୁରିଆ କାରଖାନା । ଭାଗିଦାରୀରେ ୫ ନ୍ୟାସନାଲ ସେଣ୍ଟର ଫର୍ ଏକ୍ସିଲେନ୍ସ ପ୍ରତିଷ୍ଠା କରିଯିବା ନେଇ ଲକ୍ଷ୍ୟ ରହିଛି ।  ୨୦୧୪ ପରେ ଆରମ୍ଭ ହୋଇଥିବା  IITର ଭିତ୍ତିଭୂମିର ବିକାଶ କରାଯିବ । ଏଥିସହ କିଛି ଜିନିଷକୁ ଶସ୍ତା କରାଯାଇଛି ।