କନକବ୍ୟୁରୋ : ଲୋକସଭାରେ ଆଗତ କରାଯାଇଛି ବଜେଟ ୨୦୨୫ । ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଲଗାତର ଅଷ୍ଟମ ଥର ପାଇଁ ଦେଶର ଆୟ ଓ ବ୍ୟୟର ଅଟକଳ ରଖିବେ ନିର୍ମଳା ସୀତାରମଣ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦ ଭବନରେ ପହଞ୍ଚି ସାରିଛନ୍ତି । ବଜେଟ ଉପସ୍ଥାପନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ନିର୍ମଳା ସୀତାରମଣ । ତାଙ୍କ ସହ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଉପସ୍ଥିତ ଥିଲେ। ସରକାରଙ୍କ ଆଗରେ ବଡ଼ ଚ୍ୟାଲେଞ୍ଜ ରହିଛି ଅଭିବୃଦ୍ଧିକୁ ଗତି ଦେବା ସହ ବିତ୍ତୀୟ ନିଅଣ୍ଟ କମ କରିବା ।

Advertisment

ଏହାସହ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣ କରିବା, ରୋଜଗାର ବୃଦ୍ଧି କରିବା ଏବଂ ଚାହିଦାରେ ଆସିଥିବା ହ୍ରାସକୁ ଓଲଟାଇବାକୁ ଫୋକସ କରି ପାରନ୍ତି ଅର୍ଥମନ୍ତ୍ରୀ ସୀତାରମଣ । ସେହିପରି ପ୍ରତ୍ୟକ୍ଷ ଓ ପରୋକ୍ଷ କରରେ ରିହାତି ପାଇଁ ଦାବି ଉଠୁଛି । ଏଥିସହ ଫୋକସରେ ରହିଛି  MSME  ଏନେଇ କେନ୍ଦ୍ର ସରକାର କାମ କରୁଛନ୍ତି , ଏଥିରେ ଇଣ୍ତିଆକୁ ଆହୁରି ଆଗକୁ ବଢାଇବା ସହ ଗରିବ ଯୁବକ ଅନ୍ନଦାତା ମହିଳା ଇନ ରେ ବିଶେଷ ଧ୍ୟାନ ଦିଆଯାଇଛି  ।  ସଂସଦରେ ସାଧାରଣ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଲାଗତାର ଅଷ୍ଟମ ଥର ପାଇଁ ଅର୍ଥମନ୍ତ୍ରୀ ଏହାକୁ ଉପସ୍ଥାପନ କରୁଛନ୍ତି  । ମୋଦି ୩.O ସରକାରଙ୍କର ଏହା ପୂର୍ଣ୍ଣାଙ୍ଗ ବଜେଟ୍  , ଅର୍ଥମନ୍ତ୍ରୀ କହିଛନ୍ତି, ଦେଶରେ MSME ବିକାଶର ଦ୍ବିତୀୟ ଇଞ୍ଜିନ ହୋଇଛି । ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍‌ ଦେଉଛନ୍ତି ସରକାର ।  ବଜେଟ୍‌ରେ ଅଣୁ ଓ କ୍ଷୁଦ୍ର ଶିଳ୍ପ କ୍ଷେତ୍ର ପାଇଁ ଅଧିକ ଋଣ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଏଥିରେ ଯୁବଗୋଷ୍ଠୀଙ୍କୁ MSME ଦ୍ବାରା ଅଧିକ ନିଯୁକ୍ତି ଦେଇ ହେବ ।  ସେହିଭଳି ଅଣଚମଡ଼ା ଶିଳ୍ପ ଉପରେ ଏଥର ଅଧିକ ଫୋକସ୍‌ ଦେଇଛନ୍ତି ସରକାର ।  ଏହି ଶିଳ୍ପ ଦ୍ବାରା ୨୨ ଲକ୍ଷ ଲୋକ ଉପକୃତ ହେବେ ବୋଲି ଆଶା ରହିଛି ।  ଏହି ୨୫-୨୬ ଆର୍ଥିକ ବଜେଟରେ ୧୦ଟି ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ଏଥିସହ MSME ରେ ଲଘୁ ଉଦେଗ୍ୟାରେ ପାଂଚ କୋଟି ରୁ ବଢି 10 କୋଟି ବଢାଯାଇଛି ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କିସାନ୍ କ୍ରେଡିଟ୍ କାର୍ଡର ଲିମିଟ୍ ମଧ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଥିବା ନେଇ ଘୋଷଣା କରିଛନ୍ତି । ପୂର୍ବରୁ ଏହା ୩ ଲକ୍ଷ ଟଙ୍କା ରହିଥିବାବେଳେ, ଏବେ ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।  ଅର୍ଥମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବଜେଟ୍ ବିକାଶକୁ ନୂଆ ଦିଗ ଦେବ । ସମସ୍ତଙ୍କ ବିକାଶ, ମଧ୍ୟବିତ୍ତଙ୍କ କ୍ଷମତା ବୃଦ୍ଧି କରିବାକୁ ଏହି ବଜେଟ୍ ସମର୍ପିତ ।   ଯୁବ ଚାଷୀ, ଗ୍ରାମୀଣ ମହିଳା ଏବଂ ଛୋଟ ଛୋଟ ଚାଷୀଙ୍କ ଉପରେ ଏହି ବଜେଟରେ ଫୋକସ୍ କରାଯାଇଛି । ତେବେ ପ୍ରଧାନମନ୍ତ୍ରୀ ଧନଧ୍ୟାନ ଯୋଜନାକୁ ରାଜ୍ୟ ସରକାରଙ୍କ ସହ ମିଶି ଚଲାଇବେ କେନ୍ଦ୍ର ସରକାର ।  

ଯାହାର ଫାଇଦା ୧.୭ କୋଟି ଚାଷୀଙ୍କୁ ମିଳିପାରିବ । ପ୍ରଥମ ପର୍ୟ୍ୟାୟରେ ୧୦୦ଟି ବିକାଶଶୀଳ କୃଷି ଜିଲ୍ଲାକୁ ଏଥିରେ ସାମିଲ କରାଯିବ   ।  ଏଥିସହ ନିର୍ମଳା ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯୁବକଙ୍କ ନିଯୁକ୍ତି ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି ।  ସୂଚନା ଅନୁଯାୟୀ ବଜେଟରେ ଗ୍ରାମୀଣ ମହିଳା ଓ ଯୁବବର୍ଗଙ୍କୁ ଅତିରିକ୍ତ ସହାୟତା ମିଳିବ  ।  ଭାରତର ଅର୍ଥନୀତି ଗତିଶୀଳ ରହିଛି  ।  ଆସନ୍ତା ୫ ବର୍ଷରେ ସମସ୍ତଙ୍କ ବିକାଶକୁ ଅଗ୍ରାଧିକାର ଦିଆଯିବ  ।  ଜ୍ଞାନ ଉପରେ ଆମର ଫୋକସ ,ବିକଶିତ ଭାରତ ପାଇଁ ବଜେଟ୍ ପ୍ରସ୍ତୁତ ହୋଇଛି । କପା ଚାଷୀଙ୍କୁ ସର୍ବୋତ୍ତମ ବୈଷୟିକ ସୁବିଧା ଯୋଗାଇ ଦିଆଯିବ ବୋଲି କହିଲେ ଅର୍ଥମନ୍ତ୍ରୀ