Photograph: (KANAKNEWS)
କନକ ବ୍ୟୁରୋ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ୨୦୨୬ -୨୭ ରେ ରେଳ ସମ୍ବନ୍ଧୀୟ ଏକ ବଡ ଘୋଷଣା କରିଛନ୍ତି । ଯାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇସ୍ପିଡ ରେଳ କରିଡର କାର୍ଯ୍ୟକାରୀ ହେବା ନେଇ ଏକ ବଡ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯାହା ଭାରତର ପ୍ରମୁଖ ସହର ସହ ଯୋଡିବ । ଏହି ରେଳ କରିଡର ଭାରତ ସମେତ ଅନ୍ୟ ପ୍ରମୁଖ ସହର ସହ ଯୋଡି ହେବା ନେଇ ସୂଚନା ଦେଇଛନ୍ତି । ଯେଉଁଥିରେ କମ୍ ସମୟରେ ଯାତ୍ରା କରିବା ସହିତ ଭାରତର ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ହୋଇପାରିବ । ଏହି ହାଇସ୍ପିଡ ରେଳ କରିଡର ବିକାଶର ନୂତନ ଦିଗରେ ଯୋଡିହେବା ନେଇ ମତପ୍ରକାଶ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଯାତ୍ରା ସୁରକ୍ଷିତ, ନିରାପଦ ଏବଂ ଯାତ୍ରୀମାନଙ୍କ ପାଇଁ ବେଶ୍ ଲାଭଦାୟକ ହେବ ବୋଲି ରେଳ ବଜେଟରେ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଛନ୍ତି ।
• ମୁମ୍ବାଇ – ପୁନେ :- ମହାରାଷ୍ଟ୍ରର ଏହି ଦୁଇଟି ବଡ ସହର ମଧ୍ୟରେ ସମ୍ପର୍କ ସୁଦୃଢ ହେବା ସହ ରେଳ ଚଳାଚଳ ମଧ୍ୟ ମଜବୁତ ରହିବ
• ପୁନେ – ହାଇଦ୍ରାବାଦ୍ :- ମହାରାଷ୍ଟ୍ର ଏବଂ ତେଲେଙ୍ଗାନାକୁ ଯୋଡିବ
• ହାଇଦ୍ରାବାଦ- ଚେନ୍ନାଇ :- ଦକ୍ଷିଣ ଭାରତର ମହତ୍ବପୂର୍ଣ୍ଣ ସ୍ଥାନ ସହ ସଂଯୋଗ କରିବ
• ହାଇଦ୍ରାବାଦ- ବେଙ୍ଗାଲୁରୁ :- ଆଇଟି ହବ୍ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ୍ ମଧ୍ୟରେ ଦୃଢ ସଂଯୋଗ କରିବ
• ଚେନ୍ନାଇ – ବେଙ୍ଗାଲୁରୁ :- ତାମିଲନାଡୁ ଏବଂ କର୍ଣ୍ଣାଟକ ମଧ୍ୟରେ ହାଇସ୍ପିଡ ଲିଙ୍କ
• ଦିଲ୍ଲୀ – ବାରଣାସୀ :- ରାଜଧାନୀ ଦିଲ୍ଲୀ ସହ ପବିତ୍ର ବାରଣାସୀ ସହ ରେଳ ଯୋଗାଯୋଗ ସୁଦୃଢ ହେବ , ଏହା ପର୍ୟ୍ୟଟନର ବିକାଶ ସହ ଦେଶର ଆର୍ଥିକ ପରିସ୍ଥିତିକୁ ମଧ୍ୟ ଯୋଡିବ
• ବାରଣାସୀ – ସିଲିଗୁଡି :- ପୂର୍ବ ଭାରତ ସହିତ ମଜଭୁତ ସ୍ଥିତି ସୁଦୃଢ ହେବ , ଖାସକରି ପଶ୍ଚିମବଙ୍ଗ ଏବଂ ପୂର୍ବ ରାଜ୍ୟ ପାଇଁ ଏହା ବେଶ୍ ଫାଇଦାବାନ୍ ହେବ
ଅଧିକ ପଢନ୍ତୁ : ରୋଗ ଉପରେ 'ଶକ୍ତି' ପ୍ରହାର: କ୍ୟାନ୍ସର-ଡାଏବେଟିସ୍ ଔଷଧ ତିଆରି କରିବ ଭାରତ
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ ରେଳକୁ ଅଧିକ ଅଗ୍ରଗତି ଦିଗରେ ଦୃଷ୍ଟି ଦେବାକୁ ନେଇ ବଜେଟ୍ ଉପସ୍ଥାପନ କରିଛନ୍ତି ତାହାକୁ ନେଇ ଇନଫାଷ୍ଟ୍ରକ୍ଚରକୁ ଅଧିକ ଜୋର ଦିଆଯିବ ବୋଲି ଘୋଷଣା କରାଯାଇଛି । ସରକାରଙ୍କ ଲକ୍ଷ୍ୟ ଏହା ଯେ ଦେଶରେ ରେଳ ଚଳାଚଳକୁ ଅଧିକ ପ୍ରାଧାନ୍ୟ ଦେଇ ଦେଶରେ ହାଇସ୍ପିଡ୍ ରେଳ ଚଳାଚଳକୁ ଅଗ୍ରଗତି କରି ଦେଶର ଆର୍ଥିକ ସ୍ଥିତି ସୁଦୃଢ କରିବା ।
Follow Us