କନକ ବ୍ୟୁରୋ : ଅର୍ଥମନ୍ତ୍ରୀ ନିର୍ମଳା ସୀତୀରମଣ ସଂସଦରେ  ଆଜି ବଜେଟ୍ ଉପସ୍ଥାପନ କରିଛନ୍ତି । ସବୁବର୍ଷ ଭଳି ଏବର୍ଷ ମଧ୍ୟ ବଜେଟ୍ ଉପରେ ସମସ୍ତଙ୍କ ନଜର ରହିଥିଲା । ଶିକ୍ଷା କ୍ଷେତ୍ରରେ ଭାରତ ଲଗାତାର ଭାବରେ  ଅଗ୍ରଗତି କରୁଛି  ଏବଂ ସରକାର ଯୁବପିଢୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଅନେକ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟ ଉପସ୍ଥାପନ କରନ୍ତି । ନୂତନ ଶିକ୍ଷା ପ୍ରଣାଳୀ ଅନୁଯାୟୀ ଏମିତି ଅନେକ ନୂତନତ୍ବ କାର୍ଯ୍ୟକାରୀ  ହେବ ଯାହା ପିଲାମାନଙ୍କ ପାଇଁ ବିଶେଷ ଫାଇଦାାନ୍ ହୋଇପାରେ  । ପ୍ରତ୍ୟେକ ବର୍ଷ ଶିକ୍ଷା ସମ୍ବନ୍ଧୀୟ ବଜେଟ୍  ଅଲଗା  ଉପସ୍ଥାପନ କରାଯାଇଥାଏ । ଯେଉଁଥିରେ ସରକାର କହିଥାନ୍ତି ଯେ ଏ ବର୍ଷ ଶିକ୍ଷା କ୍ଷେତ୍ରରେ କଣ ସବୁ ନୂତନତ୍ବ ଆସିପାରିବ । ତା ସହିତ କେତୋଟି ନୂଆ କଲେଜ୍ ଖୋଲିବ ତା ନେଇ ମଧ୍ୟ କହିଥାନ୍ତି । ତେବେ ଏନେଇ ଗତ ପାଞ୍ଚ ବର୍ଷର ଗଣିତ ବଜେଟ୍ ତଥ୍ୟ ଜଣାଇବୁ । ପାଞ୍ଚ ବର୍ଷ ପୂର୍ବରୁ ବଜେଟର ରୂପରେଖ କିପରି କରାଯାଉଥିଲା ତାହା ଏବେ ଆମେ ଜାଣିବା । 

Advertisment


ପାଞ୍ଚ ବର୍ଷ ପୂର୍ବରୁ କେତେଥିଲା ଶିକ୍ଷା ସମ୍ବନ୍ଧୀୟ ବଜେଟ୍ : -  କୋଭିଡ୍ ମହାମାରୀ ସମୟରେ ଶିକ୍ଷା ସମ୍ବନ୍ଧୀୟ ବଜେଟ୍ ପାଖାପାଖି ୯୩ କୋଟି ଟଙ୍କାର ମୂଲ୍ୟ ଥିଲା । ଏହି ବଜେଟରେ ଡିଜିଟାଲ୍ ଲଗଇନ୍ ଏବଂ ଅନଲାଇନ୍ ଶିକ୍ଷା ଉପରେ ଅଧିକ ଗୁରୁତ୍ବ ଦିଆଯାଇଥିଲା । ସେହି ସମୟରେ କୋଭିଡ ମହାମାରୀ ପାଇଁ ଯେତେବେଳେ ସମସ୍ତ ସ୍କୁଲ୍ , କଲେଜ, ବିଶ୍ବ ବିଦ୍ୟାଳୟରେ ପାଠପଢା ଯାଉନଥିଲା । ଅନଲାଇନ୍ ମାଧ୍ୟମରେ ଏହି ସବୁ ପାଠପଢା କାର୍ଯ୍ୟକାରୀ  ହେଉଥିଲା । ପିଲାମାନେ ଘରେ ବସି ପାଠ ପଢୁଥିଲେ । ଅନଲାଇନ୍ କ୍ଲାସ ଏବଂ ଅନଲାଇନ୍ ମାଧ୍ୟମରେ ପରୀକ୍ଷା ଦେଇଥିଲେ । ଏହି କାରଣରୁ ଅନଲାଇନ୍ କ୍ଲାସ୍ ଏବଂ ଡିଜିଟାଲ୍ ଦୁନିଆ ସହ ପିଲାମାନଙ୍କ ସମ୍ପର୍କ ବେଶ୍ ଦୃଢ ହେବାରେ ଲାଗିଲା । 


କେତେ ବଢିଛି ଶିକ୍ଷା ସମ୍ବନ୍ଧୀୟ ବଜେଟର ମୂଲ୍ୟ : - ୨୦୨୨ ମସିହାରେ ଶିକ୍ଷା ସମ୍ବନ୍ଧୀୟ ବଜେଟ୍ ୯୩ କୋଟି ଟଙ୍କା ଅତିକ୍ରମ କରି ୧ ଲକ୍ଷ ୪ ହଜାର ୨୭୮ ଟଙ୍କା ମୂଲ୍ୟକୁ ବୃଦ୍ଧି ପାଇଥିଲା । ଭାରତ ସରକାରଙ୍କର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଡିଜିଟାଲ୍  ପ୍ରଥମେ ଇ – ବିଦ୍ୟାର ଶୁଭାରମ୍ଭ କରିଥିଲା ଏବଂ ତା ସହିତ ଡିଜିଟାଲ୍ ୟୁନିଭରସିଟିର ଘୋଷଣା ମଧ୍ୟ କରିଥିଲା । 

ଅଧିକ ପଢନ୍ତୁ :  ଏଥର ବଜେଟ୍ ବ୍ୟାଗରେ କାହାକୁ ମିଳିବ କ' ଣ? : ​ଦେଖନ୍ତୁ ପୂରା ଅପଡେଟ୍....


• ୨୦୨୩  ମସିହାରେ ଶିକ୍ଷା ସମ୍ବନ୍ଧୀୟ ବଜେଟ୍ ୧, ୧୨, ୮୯୯ କୋଟି ଟଙ୍କା ହୋଇଥିଲା 
• ୨୦୨୪   ମସିହାରେ ଶିକ୍ଷା ସମ୍ବନ୍ଧୀୟ ବଜେଟ୍ ୧,୨୦,୬୨୭ କୋଟି ଟଙ୍କା ହୋଇଥିଲା 
• ୨୦୨୫ ମସିହାରେ ଶିକ୍ଷା ସମ୍ବନ୍ଧୀୟ ବଜେଟ୍ ୧,୨୮,୬୫୦ କୋଟି ଟଙ୍କାରେ ପହଞ୍ଚିଥିଲା 

୨୦୨୬ ବର୍ଷ ଶିକ୍ଷା ସମ୍ବନ୍ଧୀୟ  ବଜେଟ ଉପସ୍ଥାପନକୁ ନେଇ ଅନେକ ଆଶା ରଖାଯାଇଛି । ସବୁବର୍ଷ ପରି ଏ ବର୍ଷ ମଧ୍ୟ ଶିକ୍ଷା କ୍ଷେତ୍ରରେ ବଜେଟର ମୂଲ୍ୟ ଅଧିକ ବଢାଯାଇପାରେ ବୋଲି ଆଶା କରାଯାଉଛି । ତା ସହିତ ସ୍କୁଲରେ ମଧ୍ୟ ଅନେକ ପ୍ରକାର ଯୋଜନା ମଧ୍ୟ ଘୋଷଣା କରାଯିବା ନେଇ ଆକଳନ କରାଯାଉଛି । ଏବର୍ଷ ସବୁଠୁ ଦକ୍ଷତା ଯୋଗ୍ୟ ସ୍କୁଲ୍ ଏବଂ ୟୁନିଭରସିଟିକୁ ଅଧିକ ଗୁରୁତ୍ବ ଦିଆଯିବ ବୋଲି ଅନୁମାନ କରାଯାଉଛି । ଏହା ସହିତ ପିଲାମାନଙ୍କୁ ଉଚ୍ଚସ୍ତରୀୟ ଶିକ୍ଷା ଦେବାକୁ ମଧ୍ୟ ଯୋଜନା ରହିଛି । ପୂର୍ବବର୍ଷ ଭଳି ଏବର୍ଷ ସରକାର ପିଲାମାନଙ୍କ ଶିକ୍ଷା କ୍ଷେତ୍ରରେ ଅନଲାଇନ୍ ପାଠପଢାକୁ ଗୁରୁତ୍ବ ଦେବା ସହିତ ଏଆଇ ଏବଂ ରିସର୍ଚ୍ଚ ପାଇଁ କିଛି ନୂତନ ପଦକ୍ଷେପ ନେବାପାଇଁ ଯୋଜନା  ମଧ୍ୟ ପ୍ରଣୟନ କରାଯାଇପାରେ । ଶିକ୍ଷା ପାଇଁ ଗତବର୍ଷ ୫୦୦ କୋଟି ଟଙ୍କା ଧାର୍ଯ୍ୟ କରାଯାଇଥିଲା  । ଏଥର ସମ୍ପୂର୍ଣ୍ଣ ଏଆଇ ଏବଂ ଡିଜିଟାଲ୍ ପାଠପଢା ଉପରେ ଅଧିକ ଫୋକସ୍ କରାଯିବାକୁ ନେଇ ଆକଳନ କରାଯାଉଛି ।