Photograph: (kanaknews)
କନକବ୍ୟୁରୋ : ପନ୍ଦର ବର୍ଷ ଓ ତା’ଠାରୁ ଅଧିକ ବୟସ ବର୍ଗରେ ବେକାରି ହାର ୪.୭ ପ୍ରତିଶତକୁ ହ୍ରାସ ପାଇଛି । କେନ୍ଦ୍ର ସରକାର ଜାରି କରିଥିବା ନଭେମ୍ବର ମାସ ତଥ୍ୟରୁ ଏହା ଜଣାପଡ଼ିଛି । ଗତ ଅକ୍ଟୋବର ରେ ବେକାରି ହାର ୫.୨ ପ୍ରତିଶତ ଥିଲା । ଗତ ଏପ୍ରିଲ୍ ପରେ ଦେଶରେ ବେକାରି ହାର ସର୍ବନିମ୍ନ ସ୍ତରକୁ ଖସିଛି । ନଭେମ୍ବରରେ ଗ୍ରାମୀଣ ବେକାରି ହାର ୩.୯ ପ୍ରତିଶତ ଓ ସହରାଞ୍ଚଳରେ ତାହା ୬.୫ ପ୍ରତିଶତ ରହିଛି ।
ଅଧିକ ପଢନ୍ତୁ... କିଏ ଏହି ଯୁବରାଜ ଅଲ୍ ହୁସେନ୍? ନିଜେ ଗାଡ଼ି ଚଳାଇ ମୋଦୀଙ୍କୁ ବୁଲାଇଲେ, ଭିଡ଼ିଓ ହେଲା ଭାଇରାଲ
ଉଭୟ ପୁରୁଷ ଓ ମହିଳାଙ୍କୁ ନଭେମ୍ବରରେ ଅଧିକ କାମ ମିଳିଥିଲା। ସେଥିପାଇଁ ମହିଳା ବର୍ଗରେ ବେକାରି ହାର ୪.୮ ପ୍ରତିଶତକୁ ଖସିଆସିଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ମହିଳା ବେକାରି ହାର ୩.୪ ପ୍ରତିଶତ ଓ ୯.୩ ପ୍ରତିଶତକୁ ହ୍ରାସ ପାଇଛି। ମୋଟ ଉପରେ ପୁରୁଷ ବେକାରି ହାର ଗତ ଅକ୍ଟୋବରର ୫.୧ ପ୍ରତିଶତ ତୁଳନାରେ ନଭେମ୍ବରରେ ୪.୬ ପ୍ରତିଶତକୁ ହ୍ରାସ ପାଇଛି ।
ଗ୍ରାମାଞ୍ଚଳରେ ପୁରୁଷ ବେକାରି ହାର ୪.୧ ପ୍ରତିଶତକୁ ଓ ସହରାଞ୍ଚଳରେ ୫.୬ ପ୍ରତିଶତକୁ ହ୍ରାସ ପାଇଛି । ସରକାର ଏହା ମଧ୍ୟ ଜଣାଇଛନ୍ତି ଯେ ଚଳିତ ବର୍ଷ ଏପ୍ରିଲ୍ରୁ ନଭେମ୍ବର ମଧ୍ୟରେ ପୁରୁଷ, ମହିଳା ଓ ସବୁ ବର୍ଗରେ ବେକାରି କମ୍ ହୋଇଛି । ଗ୍ରାମାଞ୍ଚଳରେ ବେକାରି ଯଥେଷ୍ଟ କମ୍ ହୋଇଛି । ସହରାଞ୍ଚଳରେ ଏହା ସାମାନ୍ୟ ଅଧିକ ଥିଲେ ମଧ୍ୟ ଧୀରେ ଧୀରେ ସେଥିରେ ସୁଧାର ଘଟୁଛି ।
ରିପୋର୍ଟ ରେ କୁହାଯାଇଛି ଯେ ନଭେମ୍ବରରେ କର୍ମଜୀବୀ ଲୋକସଂଖ୍ୟା ଅନୁପାତ ୫୩.୨ ପ୍ରତିଶତକୁ ବୃଦ୍ଧି ପାଇଛି ଯାହା ଗତ ଅକ୍ଟୋବରରେ ୫୨.୮ ପ୍ରତିଶତ ଥିଲା । ଗ୍ରାମାଞ୍ଚଳରେ ଏହି ଅନୁପାତ ୫୬.୩ ପ୍ରତିଶତ ରହିଛି। କର୍ମଜୀବୀ ମହିଳା ଜନସଂଖ୍ୟା ଅନୁପାତ ୩୩.୪ ପ୍ରତିଶତକୁ ବଢ଼ିଛି। ୧୫ ବର୍ଷରୁ ଅଧିକ ବୟସ ବର୍ଗରେ ଶ୍ରମଶକ୍ତିରେ ଅଂଶଗ୍ରହଣ ହାର ୫୫.୮ ପ୍ରତିଶତ ରହିଛି ଯାହା ଗତ ଏପ୍ରିଲ୍ ପରଠାରୁ ସର୍ବାଧିକ ।
Follow Us