unemployment Photograph: (KanakNews)
କନକ ବ୍ୟୁରୋ: ବିଶ୍ବରେ ବଢି ଚାଲିଛି ବେରୋଜଗାରୀ । ସମଗ୍ର ବିଶ୍ବରେ ୪୦.୨ କୋଟି ଲୋକ କାମ କରିବାକୁ ଚାହୁଁଛନ୍ତି, କିନ୍ତୁ ସେମାନଙ୍କୁ କାମ ମିଳୁନାହିଁ । ଏନେଇ ପ୍ରକାଶ ପାଇଲା ଅନ୍ତର୍ଜାତୀୟ ଶ୍ରମ ସଂଗଠନର ଚାଞ୍ଚଲ୍ୟକର ରିପୋର୍ଟ ।
ରିପୋର୍ଟ ଅନୁସାରେ ୧୮.୬ କୋଟି ଲୋକ ସମ୍ପୂର୍ଣ୍ଣ ବେକାର ହୋଇ ବୁଲୁଥିବା ବେଳେ ୭.୯ କୋଟି ଲୋକ କାମ ଖୋଜିଖୋଜି ହତାଶ ହୋଇପଡ଼ିଛନ୍ତି । ତେଣୁ ସେମାନେ କାମ ଖୋଜିବା ବନ୍ଦ କରିଦେଇଛନ୍ତି । କରୋନା ମହାମାରୀ ପରେ କାମ ଖୋଜୁଥିବା ଲୋକଙ୍କ ସଂଖ୍ୟା ବଢ଼ିଥିଲା । ମହାମାରୀ ଦୂର ହେବା ପରେ ସ୍ଥିତିରେ ଧୀରେ ଧୀରେ ସୁଧାର ଘଟୁଛି। ଚାକିରି ଅଭାବ ସ୍ଥିତି ସ୍ବାଭାବିକ ହେବା ଲାଗି ଆହୁରି ୨ ବର୍ଷ ସମୟ ଲାଗିପାରେ ବୋଲି ଆଇଏଲ୍ଓ ଆକଳନ କରିଛି । ବିଶ୍ବସ୍ତରରେ ବେକାରୀ ହାର ୫ ପ୍ରତିଶତ ରହିଛି । କିନ୍ତୁ ଯୁବପୀଢ଼ିଙ୍କ ମଧ୍ୟରେ ସେହି ହାର ୧୨.୬ ପ୍ରତିଶତ ଭଳି ଚିନ୍ତାଜନକ ସ୍ତରରେ ରହିଛି।
Follow Us