କନକ ବ୍ୟୁରୋ: ରାଜ୍ୟରେ ବେକାରୀ ହାର ଧିରେଧିରେ ବୃଦ୍ଧି ପାଇବାର ଲାଗିଛି । ଯାହା ଏବେ ଚିନ୍ତାଜନକ ରହିଛି । ସର୍ବଭାରତୀୟ ସ୍ତରରେ ବେକାରୀ ହାର ୩.୨ ପ୍ରତିଶତ ଥିବା ବେଳେ ଓଡିଶାରେ ୩.୯ ପ୍ରତିଶତ ରହିଛି ବେକାରୀ ହାର । ସମସ୍ତ କେନ୍ଦ୍ର ଶାସିତ ଅଞ୍ଚଳ ଓ ରାଜ୍ୟଗୁଡିକ ମଧ୍ୟରେ ଓଡ଼ିଶା ବେକାରୀ ହାର ତାଲିକାରେ ୨୧ତମ ସ୍ଥାନରେ ରହିଛି । 

Advertisment

ରାଜ୍ୟର ଗ୍ରାମାଞ୍ଚଳରେ ବେକାରୀ ହାର ୩.୬ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ଏହି ହାର ୬.୨ ପ୍ରତିଶତ ରହିଛି ।  ୨୦୧୭-୧୮ ମସିହାରୁ ୨୦୨୨-୨୩ ପର୍ୟ୍ୟନ୍ତ  ସର୍ବ ଭାରତୀୟ ସ୍ତରରେ ଓଡ଼ିଶାରେ ବେକାରୀ ହାର ସ୍ଥିତି ସମ୍ବନ୍ଧୀୟ ସୂଚନା ପ୍ରଦାନ କରିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ । ଦକ୍ଷତା ବିକାଶ ଓ ନିୟୋଜନ କାର୍ୟ୍ୟାଳୟ ତଥ୍ୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୪ ହଜାର ୨୨୯ ଜଣ ଯୁବକଯୁବତୀଙ୍କ ନାମ ପଞ୍ଜିକରଣ  କରାଯାଇଛି । 
ଗତ ୧୦ ବର୍ଷ ମଧ୍ୟରେ ନିୟୋଜନ କାର୍ୟ୍ୟାଳୟ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି । ନିୟୋଜନ ନିର୍ଦ୍ଦେଶାଳୟ ମାଧ୍ୟମରେ ବିଭିନ୍ନ ନିଯୁକ୍ତି ଓ ଆତ୍ମ ନିଯୁକ୍ତି ଭିତ୍ତିକ ତାଲିମ ମଧ୍ୟ ପ୍ରଦାନ କରାଯାଇଛି । ଯୁବକ ଯୁବତୀଙ୍କୁ ଅଧିକ ଦକ୍ଷ କରିବା ପାଇଁ ବିଭିନ୍ନ ଘରୋଇ ସଂସ୍ଥା ସହଭାଗିତାରେ ଅନେକ ନିଯୁକ୍ତିଭିତ୍ତିକ ତାଲିମ କାର୍ୟ୍ୟକ୍ରମ ଆୟୋଜନ କରାଯାଉଛି । 

ରାଜ୍ୟରେ ବର୍ତ୍ତମାନ ୧୧ ଲକ୍ଷ ୪ ହଜାର ୨୩୭ ଜଣ ନାମ ପଞ୍ଜିକରଣ କରିଥିବା ବେଳେ ସେଥି ମଧ୍ୟରୁ ମାତ୍ର ୮୪୦୧ ଜଣ ଗତ ୧୦ ବର୍ଷ ମଧ୍ୟରେ ନିଯୁକ୍ତି ପାଇ ପାରିଛନ୍ତି । ରାଜ୍ୟରେ ବେକାରୀ ହାରକୁ ନେଇ ବିଧାନସଭାରେ ବିଜେଡି ବିଧାୟକ ଧ୍ରୁବ ଚରଣ ସାହୁଙ୍କ ପ୍ରଶ୍ନ ପରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ସ୍ୱାଇଁ   ଲିଖିତ ଉତ୍ତର ରଖିଛନ୍ତି ।