କନକ ବ୍ୟୁରୋ: ରାଜ୍ୟରେ ବେକାରି ହାରକୁ ନେଇ ବିଧାନସଭାରେ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଉଦବେଗଜନକ। ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ। ଜାତୀୟ ନମୁନା ସର୍ଭେକ୍ଷଣ କାର୍ଯ୍ୟାଳୟ ଦ୍ୱାରା କରାଯାଉଥିବା ପିରିଓଡିକ ଲେବର ଫୋର୍ସ ସର୍ଭେ ୨୦୨୩-୨୪ ଅନୁସାରେ, ଓଡ଼ିଶାରେ ବେକାରି ହାର ୩.୯ ପ୍ରତିଶତ ରହିଛି । ଏହି ସମୟରେ ସର୍ବଭାରତୀୟ ସ୍ତରରେ ବେକାରି ହାର ଅଛି ୩.୨ ପ୍ରତିଶତ। ସାରାଦେଶରେ ୨୧ ତମ ସ୍ଥାନରେ ରହିଛି ଓଡ଼ିଶା।

Advertisment

publive-imageଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗ ନଥିବାରୁ କାମ ପାଇଁ ଲୋକେ ସହରାଭିମୁଖୀ ହେଉଥିବା କୁହାଯାଏ। ହେଲେ ସହରାଞ୍ଚଳରେ ବେକାରି ହାରକୁ ନେଇ ବିଧାନସଭାର ପ୍ରଶ୍ନୋତ୍ତର ଆହୁରି ଆଶ୍ଚର୍ଯ୍ୟଜନକ। କାରଣ ଓଡ଼ିଶାର ଗ୍ରାମାଞ୍ଚଳରେ ବେକାରି ହାର ୩.୬ ପ୍ରତିଶତ ଥିବା ବେଳେ ସହରାଞ୍ଚଳରେ ଏହା ୬.୨ ପ୍ରତିଶତ ରହିଛି। 

publive-imageସବୁଠାରୁ ଉଦବେଗର ବିଷୟ ହେଉଛି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜିକରଣ କରିଛନ୍ତି, ୧୧ ଲକ୍ଷ ୪ ହଜାର ୨୨୯ ଯୁବକ ଯୁବତୀ। ଏମାନଙ୍କ ମଧ୍ୟରୁ ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ଗତ ୧୦ ବର୍ଷରେ ନିଯୁକ୍ତି ପାଇଛନ୍ତି ୮ ହଜାର ୪୦୧।