କନକ ବ୍ୟୁରୋ: ଆଉ ଦିନ କେଇଟା ପରେ ସାରା ଦେଶ ସ୍ୱାଗତ କରିବ ନୂଆବର୍ଷକୁ । ଆଉ ନୂଆବର୍ଷ ସହ ଚାରିଆଡେ ପାଳନ ହେବ ଜିରୋ ନାଇଟ ସେଲିବ୍ରେଶନ । ତେବେ ଏହି ଜିରୋ ନାଇଟ ସେଲିବ୍ରେଶନକୁ ରାଜ୍ୟରେ ସୁରୁଖୁରୁରେ ପାଳନ କରିବା ପାଇଁ ପ୍ରସ୍ତୁତ ହେଉଛି ଅବକାରୀ ବିଭାଗ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ଥର ଚୋରା ମଦ ବିକ୍ରି ବନ୍ଦ ଉପରେ ଅଧିକ ଗୁରୁତ୍ୱ ଦେଇଛି ବିଭାଗ । ଚୋରା ମଦ କାରବାର ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅବକାରି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
- ଅମାନିଆଙ୍କୁ ସାବାଡ କରିବ ପୋଲିସ
- ବିଶୃଙ୍ଖଳିତ ଆଚରଣକୁ ବରଦାସ୍ତ ନାହିଁ
ସେପଟେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଜିରୋ ନାଇଟ ସେଲିବ୍ରେଶନ ପାଇଁ ବିଭିନ୍ନ ହୋଟେଲ,ବାର୍,ପବ୍ ଇତ୍ୟାଦି ସ୍ଥାନରେ ଆରମ୍ଭ ହୋଇଯାଇଛି ବ୍ୟାପକ ପ୍ରସ୍ତୁତି । ସେହି ଆଧାରରେ କମିଶନରେଟ ପୋଲିସ ମଧ୍ୟ ତାର ବ୍ୟବସ୍ଥାକୁ କଡାକଡି କରିଛି । ବିଶେଷକରି ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ ବା ମଦ୍ୟପାନ କରି ଗାଡି ଚଲାଉଥିବା ଅମାନିଆଙ୍କୁ ଟାର୍ଗେଟ କରିବ କମିଶନରେଟ ପୋଲିସର ଟିମ । ଏଥିସହ ସେଲିବ୍ରେସନ ନାରେ ବିଶୃଙ୍ଖଳିତ ଆଚରଣକୁ କଦାପି ବରଦାସ୍ତ କରାଯିବନି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ବିଶୃଙ୍ଖଳିତ ଆଚରଣ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ । ସାରା ରାଜଧାନୀ ରହିବ ସିସିଟିଭି ସର୍ଭେଲାନ୍ସରେ । ଅବକାରୀ ବିଭାଗ ସହ ମିଶି ରେଡ କରିବ ପୋଲିସ । ଏଥିସହ ବ୍ଲକିଙ୍ଗ,ଏମ.ଭି ଚେକିଙ୍ଗକୁ ମଧ୍ୟ କଡାକଡି କରାଯିବ ।
କେବଳ ଏତିକି ନୁହେଁ,ନୁଆ ବର୍ଷକୁ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ ହୋଟେଲ ଗୁଡିକରେ ମଧ୍ୟ ରେଡ କରିବ ପୋଲିସ । କିଭଳି ଭାବେ ଚଳିତ ନୁଆ ବର୍ଷ ଓ ଜିରୋ ନାଇଟ ସେଲିବ୍ରେଶନକୁ ସମସ୍ତେ ଧୁମ ଧାମର ସହ ପାଳନ କରିବେ ସେନେଇ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।